କନ୍ଧମାଳ,22/10(ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା); ଚଳିତ ବର୍ଷ କୋଭିଡ଼ି କଟକଣା ଯୋଗୁଁ ସମଗ୍ର କନ୍ଧମାଳ ଜିଲାର କୌଣସି ସ୍ଥାନରେ ମଧ୍ୟ ଆଡ଼ମ୍ବର ସହିତ ଦୁର୍ଗାପୂଜା ପୂର୍ବବର୍ଷ ମାନଙ୍କ ପରି ହେବନାହିଁ। ଏଭଳି ସ୍ଥଳେ ଫୁଲବାଣୀ ସହରରେ ପୂଜା ପାଉଥିବା ୬ଟି ପୂଜା ମଣ୍ଡକୁ ନିଜେ କନ୍ଧମାଳ ଏସ୍ପି ଭିନିତ୍ ଅଗ୍ରୱାଲା ଗସ୍ତକରି ସମସ୍ତ ପୂଜା କମିଟିର କର୍ମକର୍ତ୍ତା ମାନଙ୍କ ସହିତ କୋଭିଡ଼୍ କଟକଣା ଉପରେ ଆଲେଚାନା କରିବା ସହିତ ପ୍ରାଶାସନିକ ସ୍ତରରେ ନିଆଯାଇଥିବା ସମସ୍ତ ଗାଇଡ଼ଲାଇନ୍ ମାନିବାକୁ ପରାମର୍ଶ ଦେଇଛନ୍ତି। ବିଶେଷ କରି ପୂଜା ମଣ୍ଡପରେ ୭ଜଣରୁ ଅଧିକ ନରହିବା, ସାଧାରଣ ଦର୍ଶନ ବାରଣ ସହିତ କୌଣସି ପ୍ରକାର ଲାଇଟ ଓ ସାଉଣ୍ଡ ନବାଜିବା, ନିର୍ଦ୍ଦିଷ୍ଟ ଚିହ୍ନଟ ସ୍ଥାନରେ ମୂର୍ତ୍ତି ବିସର୍ଜନ ଭଳି ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ସହରର ମାଦିକୁନ୍ଦାଛକ, ବିଦ୍ୟୁତ୍ ବିଭାଗ, ବସଷ୍ଟାଣ୍ଡ, ଆର୍ଟିଓ ଅଫିସ ସମ୍ମୁଖ, ଓଏସ୍ଆରଟିସି କାର୍ଯ୍ୟାଳୟ ଓ ଫୁଲବାଣୀ ସାହି ସ୍ଥିତ ବରାଳଦେବୀ ମନ୍ଦିରରେ ଏହି ପୂଜା ପାଇଁ ଆୟୋଜନ କରାଯାଇଥିବା ବେଳେ ଏସ୍ପିଙ୍କ ସମେତ ପ୍ରେବେସନାଲ୍ ଆଇପିଏସ୍ ଅଭିନବ ସୋନକର, ସଦର ଏସ୍ଡ଼ିପିଓ ମହେନ୍ଦ୍ର ନାଥ ମୁର୍ମୁ ଓ ରିଜର୍ଭ ଇନିସପେକ୍ଟର ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟମାନେ ପ୍ରମୁଖ ଗସ୍ତ କରିଥିଲେ।
କନ୍ଧମାଳ ଏସ୍ପିଙ୍କ ସମସ୍ତ ପୂଜା ମଣ୍ଡପ ପରିଦର୍ଶନ, କମିଟି କର୍ମକର୍ତ୍ତାଙ୍କ ସହିତ ଆଲୋଚନା
|
October 23, 2020 |
![](https://sandhannews.com/wp-content/uploads/2020/10/3c5b6ca9-d3df-47f2-895a-95c5b6e93318.jpg)