ଶ୍ରୀଚରଣ ସାମଲ ହେଲେ ବିଧାୟକଙ୍କ ୱେସ୍କୋ ପ୍ରତିନିଧି

Spread the love

ରାଉରକେଲା, ୧୩/୧୦/୨୦ (ସନ୍ଧାନ ନିଉଜ) : ଦକ୍ଷିଣ ରାଉରକେଲା ଉତ୍କଳନଗର ଅଂଚଳରେ ବାସ କରୁଥିବା ବିଜେଡ଼ି ନେତା ଶ୍ରୀଚରଣ ସାମଲଙ୍କୁ ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ ତାଙ୍କର ୱେସ୍କୋ ପ୍ରତିନିଧି ଭାବେ ନିଯୁକ୍ତ କରିଛନ୍ତି । ଶ୍ରୀ ସାମଲ ବିଧାୟକଙ୍କ  ୱେସ୍କୋ ପ୍ରତନିଧି ଭାବେ ଏଣିିକି ଦାୟିତ୍ୱ ତୁଲାଇବେ । ଦକ୍ଷିଣ ରାଉରକେଲା ସମେତ ଫର୍ଟିଲାଇଜର ଟାଉନସିପ ଓ ଲାଠିକଟା ବ୍ଲକର ୭ଟି ପଂଚାୟତରେ ଲାଗି ରହିଥିବା ବିଦ୍ୟୁତ ଜନିତ ସମସ୍ୟା ସମ୍ପର୍କରେ ବିଧାୟକଙ୍କ ୱେସ୍କୋ ପ୍ରତିନିଧି ଶ୍ରୀଚରଣ ସାମଲ ଯତ୍ନବାନ ରହିବେ ବୋଲି ଅଂଚଳବାସୀ ଆଶା ପ୍ରକଟ କରିଛନ୍ତି । ଏହି ନୂତନ ନିଯୁକ୍ତି ପାଇଁ ଶ୍ରୀ ସାମଲ ବିଧାୟକ ସୁବ୍ରତ ତରାଇଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି ।

Related Posts

About The Author

Add Comment