ଦିନକରେ ଚିହ୍ନଟ ୧୪୩, ମୋଟ ଆକ୍ରାନ୍ତ ୭୯୧୬

Spread the love

ବାରିପଦା, ୩୦/୯ (ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା): ମୟୂରଭଞ୍ଜ ଜିଲାରେ ଏପର୍ଯ୍ୟନ୍ତ ଆକ୍ରାନ୍ତ ହୋଇଥିବା ମୋଟ ୭୯୧୬ ଜଣଙ୍କ ମଧ୍ୟରୁ ୬୫୯୭ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ୧୨୯୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ରହିଥିବା ଏବଂ ଜିଲାର ମୋଟ ୨୩ ଜଣଙ୍କର ମୃତ୍ୟୁ ଘଟିଥିବା ପ୍ରକାଶ । ଏଣୁ ମୋଟ ସଂକ୍ରମିତଙ୍କ ମଧ୍ୟରୁ ଜିଲାରେ ଏପର୍ଯ୍ୟନ୍ତ ୮୩.୩୩ ଶତାଂଶ ସୁସ୍ଥ ହୋଇଥିବା ବେଳେ ୧୬ ୩୭ ଶତାଂଶ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ଆଜି ମିଳିଥିବା ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲାରେ ଦିନକରେ ୧୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୧୬୦ ଜଣ ସୁସ୍ଥ ହୋଇଥିବା ପ୍ରକାଶ । ଜିଲାର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ବାରିପଦା ପୌରାଞ୍ଚଳର ଦିନକରେ ପୁଣି ୨୧ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ସେପ୍ଟେମ୍ବର ୧ ତାରିଖଠାରୁ ଆଜି ପର୍ଯ୍ୟନ୍ତ କେବଳ ବାରିପଦା ପୌରୀଚଳରେ ମୋଟ ୧୦୮୭ ଜଣ ଆକ୍ରାନ୍ତ ଚିହ୍ନଟ ଯୋଗୁଁ ବାରିପଦାବାସୀଙ୍କ ମଧ୍ୟରେ ଗୋଷ୍ଠୀ ସଂକ୍ରମଣ ନେଇ କୋକୁଆ ଭୟ ଜାରି ରହିଛି । ଜିଲା ସୂତ୍ର ଅନୁଯାୟୀ ଗୋଟିଏ ଦିନରେ ସୁସ୍ଥ ହୋଇଥିବା ୧୬ଜଣଙ୍କ ମଧ୍ୟରେ ହୋମ କାଲେଣ୍ଟାଇନରୁ ୧୨୯ ଜଣ କ୍ଷୁ ବେଳେ ବାଙ୍କିଶୋଳ କୋଭିଡ ହସ୍ପିଟାଲରୁ ୮ ଜଣ, ବାରିପଦା ଅଷାରୁ ୫ ଜଣ, ରାଇରଙ୍ଗପୁର ସିସାରୁ ୯ ଜଣ, ଉଦଳା ସିସିସିରୁ ୭ ଜଣ , କରଂଜିଆ ସିସିସିରୁ ୨ଜଣ ଏବଂ ସେମାନେ ନିଜ ନିଜ ହୋମ କାଲେଣ୍ଟାଇନକୁ ଯାଇଥିବା ପ୍ରକାଶ ।

Related Posts

About The Author

Add Comment