ବାରିପଦା, 29/9 (ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା)- କରୋନା ମହାମାରୀ ସଂକ୍ରମଣ ଜିଲ୍ଲାରେ ତାଣ୍ଡବ ରଚୁ ଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ କରୋନା ଭୟ ମଧ୍ୟ ମୃତ୍ୟୁ ସଂଖ୍ୟା ବଢାଉଥିବା ଦେଖିବାକୁ ମିଳିଛି । କୋଭିଡ଼ ନେଗେଟିଭ ରିପୋର୍ଟ ନଥିବାରୁ ଜଣେ ରୋଗୀଙ୍କୁ ଆମ୍ବୁଲାନ୍ସ, ନେବାକୁ ମନା କରି ଦେଇଥିଲା। ୮୪ ବର୍ଷ ବୟସ୍କ ବୁ ଦ୍ଧ ବାପାଙ୍କ ସମ୍ମୁଖରେ ପୁଅର ଜୀବନ ଚାଲିଯାଇଛି । ଏଭଳି ଏକ ଦାରୁଣ ତଥା ହୃଦୟ ବିଦାରକ ଚିତ୍ର ଦେଖୁ ବାକୁ ମିଳିଛି ବାରିପଦାର ବାଘୋଡାରୋଡରେ । ପୌରପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୩ ମାଇନ୍ କଲୋନୀର ସ୍ଥାୟୀ ବାସିନ୍ଦା ଗୌର ଚନ୍ଦ୍ର ପାଣିଙ୍କ ପୁଅ ଠିକାଦାର ତପନ ପାଣି ଓରଫ ଟୁକୁନା(୫୩) ୪-୫ ଦିନ ହେଲା ଅସୁସ୍ଥ ଥିଲେ ତାଙ୍କୁ ଥଣ୍ଡା, କାଶ ‘ସହ ଜ୍ବର ହୋଇଥିଲା । ତେବେ ସୋମବାର ସକାଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା । ଗୁରୁତର ହେବାରୁ ତାଙ୍କୁ ସକାଳ ସାତ ଟା ସମୟରେ ପି ଆରଏମ୍ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଏଠାରେ ଆଇସିୟୁର ସୁବିଧା ନଥିବାରୁ ସଙ୍ଗେ ସଙ୍ଗେ ଡାକ୍ତର ତାଙ୍କୁ ଭୁବନେଶ୍ୱର ଏମ୍ସକୁ ରେଫର କରିଦେଇଥିଲେ । ତାଙ୍କୁ ସାଢେ ୯ଟା ବେଳେ ଏକ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ନିଆ ଯାଇଥିଲା । ମାତ୍ର ବୈଶିଙ୍ଗା ନିକଟରେ ଆମୁ ଲାନ୍ସଟିର ହର୍ସ ପାଇପ୍ ଫାଟି ଯିବାରୁ ସେଠାରେ ଅଟକି ରହିଲା । ବାରିପଦାରୁ ଆଉ ଏକ ଆମ୍ବୁଲାନ୍ସ ଏକ ଘଣ୍ଟା ପରେ ପହଞ୍ଚି ଥିଲେ ମଧ୍ୟ କୋଭିତ୍ ନେଗେଟିଭ ପ୍ରମାଣ ପତ୍ର ନ ଦେଖୁଲେ ରୋଗୀ ନେବ ନାହିଁ କହି ଫେରି ଆସିଥିଲା । ଫଳରେ ପରିବାର ଲୋକ ପିଆରଏମ୍ ମେଡିକାଲ କଲେଜ ହସ୍ପିଟାଲରୁ କୋଭି ଡ୍ ନେଗେଟିଭ ରିପୋର୍ଟ ବ୍ୟବସ୍ଥା କରିବା ସହ ବାଲେଶ୍ୱରରୁ ଆଉ ଏକ ଆମ୍ବୁଲାନ୍ସ ମଗାଇଲେ । ସେତେବେଳକୁ ଦୀର୍ଘ ତିନି ଘଣ୍ଟା ବିତିଯାଇଥିଲା । ଦୀର୍ଘ ସମୟ ଧରି ଗରମରେ ଆଉଟୁ ପାଉଟୁ ହେବା ପରେ ଶେଷରେ ଦିନ ପ୍ରାୟ ସାଢ଼େ ୧ଟା ସମୟରେ ବୈଶିଙ୍ଗାଠାରେ ତାଙ୍କର ପ୍ରଣବାୟୁ ଉଡି ଯାଇଥିଲା । ଏହା ପରେ ବୈଶିଙ୍ଗାରୁ ତାଙ୍କ ଶବ ବାରିପଦା ଫେରିଥିଲା । ମୃତ ତପନ ପାଣି ଓରଫ ଟୁକୁନା ଜଣେ ଭଦ୍ର ତଥା ମେଳାପୀ ଲୋକ ଭାବେ ସର୍ବତ୍ର ପରିଚିତ ଥିଲେ । ପେଶାରେ ସେ ଜଣେ ଠିକାଦର ଥିଲେ। ତାଙ୍କ ମୃତୁରେ ବାଘଡାରୋଡରେ ଶୋକର ଛାୟା ଖେଳିଯାଇଛି । ସନ୍ଧ୍ୟାରେ ତାଙ୍କ ଶେଷକୃତ୍ୟ ବାରୁଣୀ ଘାଟି ଶ୍ମଶାନରେ କରାଯାଇଛି ।
ଅଧାବାଟରେ ଠିକାଦାରଙ୍କ ଜୀବନ ଚାଲିଗଲା
|
September 29, 2020 |