ଭୁବନେଶ୍ବର: ଓଡିଶାରୁ ସୁରଟ ଓ ଅହମ୍ମଦାବାଦକୁ ଆଉ ଦୁଇଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ । ସପ୍ତାହରେ ଦୁଇଦିନ ଦୁଇଟି ସ୍ୱତନ୍ତ୍ର ଟ୍ରେନ ଚାଲିବ। ଓଡିଶାରୁ ଗୁଜରାଟକୁ ସମୁଦାୟ ୯ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଛି । ଖୋର୍ଦ୍ଧା ରୋଡ଼ରୁ ଅହମ୍ମଦାବାଦ, ଓ଼ଖା, ସୁରଟ ଓ ଗାନ୍ଧୀଧାମକୁ ଏବଂ ଭୁବନେଶ୍ୱରରୁ ଏକ ଯୋଡ଼ା ଅହମ୍ମଦାବାଦକୁ ସ୍ୱତନ୍ତ୍ର ଟ୍ରେନ ଚାଲିବ । ଯାତ୍ରୀଙ୍କ ଭିଡକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ନିଆଯାଇଛି । ଗୁଜରାଟକୁ ଚଳାଚଳ କରୁଥିବା ଅନ୍ୟ ସ୍ୱତନ୍ତ୍ର ଟ୍ରେନ ଗୁଡିକରେ ମାତ୍ରାଧିକ ଭିଡକୁ ନଜରରେ ରଖି, ପୂର୍ବତଟ ରେଳପଥ ଆହୁରି ଦୁଇ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବା ନେଇ ସୁବିଧା ପ୍ରଦାନ କରିଛି ।
ଓଡିଶାରୁ ସୁରଟ ଓ ଅହମ୍ମଦାବାଦକୁ ଆଉ ଦୁଇଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ
|
September 25, 2020 |