ନାବାଳିକା ପୁତ୍ରବଧୂକୁ ଯୌନ ନିର୍ଯାତନା ଅଭିଯୋଗରେ ଗିରଫ ଶଶୁର ଗଲା ଜେଲ ହାଜତ

Spread the love

ବାରିପଦା, ୨୨/୯ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା)-ନାବାଳିକା ପୁତ୍ରବଧୂ(୧୬)କୁ ଯୌନ ନିର୍ଯ୍ୟାତନା ସହ ତାହା ପ୍ରକଟ କଲେ ଜୀବନରୁ ମାରି ଦେବାର ଅଭିଯୋଗରେ ଶୁଳିଆପଦା ଥାନା ପୁଲିସ ଉକ୍ତ ଥାନା ଅନ୍ତର୍ଗତ ସାନତେଲିଆ ଗ୍ରାମର ଠାକୁରା ଟୁଡୁ (୫୫)କୁ ଗିରଫ କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଗିରଫ ଅଭିଯୁକ୍ତ ଶଶୁରକୁ ଗତକାଲି କୋର୍ଟ ଚାଲାଣ କରାଯିବା ପରେ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାଯାଇଛି । ପୀଡିତାଙ୍କ ଅଭିଯୋଗକ୍ରମେ ଗତ ୧୭ ତାରିଖ ଗୁରୁବାର ଦିନ ସନ୍ଧ୍ୟାରେ ଅଭିଯୁକ୍ତ ଶଶୁର ଠାକୁରା ଟୁଡୁଙ୍କ ବିରୋଧରେ ୬୩/୨୦ ନମ୍ବରର ଏକ ମାମଲା ଆଇପିସିର ୩୭୬(୩) ଓ ୫୦୬ ଦଫା ସହ ପୋସ୍କୋ ଆଇନର ୬ ଧାରାରେ ମାମଲା ରୁଜୁ ହେବା ସହ ଶୁଳିଆପଦା ଥାନା ଅଧୁକାରୀ ଗୋପାଳ ଚନ୍ଦ୍ର କଣ୍ଡିଙ୍କ ଦ୍ବାରା ତଦନ୍ତ ଚାଲିଛି । ଅଭିଯୋଗ ଅନୁଯାୟୀ ଏହି ଘଟଣା ଗତ ୫ ତାରିଖ ପୂର୍ବାହ୍ନ ୮ଟା ସମୟରେ ଘଟିଥିବାର ଅଭିଯୋଗରେ ଦର୍ଶାଯାଇଥିବା ପ୍ରକାଶ ।

Related Posts

About The Author

Add Comment