ଉଦଳା,୨୧/୯ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା):- ଏକ ସମାଜ କଲ୍ୟାଣ ରାଷ୍ଟ୍ରରେ ଶିକ୍ଷା ଏକ ବିକାଶ ର ପରିବାହକ । ତେଣୁ ଶିକ୍ଷା ବିନା ସମାଜରେ ଥିବା କୁସଂସ୍କାର, ଧର୍ମାନ୍ଧତା, ସାମାଜିକ ବୈଷମ୍ୟ ବିକାଶ ହେବା ଅସମ୍ଭବ । ବିଭିନ୍ନ ସମୟରେ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଯୋଜନା ମାନ କରାଯାଉଥିବା ବେଳେ ଏହାର ସୁଫଳ ଏବେ ବି ଦୂର ପର୍ବତ ସଦୃଶ । ତେବେ କରୋନା ଭଳି ବିପତ୍ତି ସମୟରେ ଶିକ୍ଷା ବ୍ୟବସ୍ଥାର ଯେ ଅଣ୍ଟା ଭାଙ୍ଗି ପଡ଼ିଛି ଏକଥା ଅସ୍ବୀକାର କରାଯାଇପାରେନା ଜୀବନ ଓ ଜୀବିକାକୁ ପ୍ରାଥମିକ ଭାବେ ଗୁରୁତ୍ବ ଦିଆଯାଇ ମୁକାବିଲା ଚାଲିଥିବା ବେଳେ ଶିକ୍ଷା ନେଇ ରାଜ୍ୟ ସରକାର ଏବେ ଅନଲାଇନ ବ୍ୟବସ୍ଥା କୁ ଏକ ମାଧ୍ୟମ ଭାବେ ପ୍ରୟୋଗ କରିଛନ୍ତି । ତେବେ ଏହି ବ୍ୟବସ୍ଥା ରେ ଆଣ୍ଡ ଏଡ ଫୋନ ନଥିବା ବା ଡାଟା ବ୍ୟାୟ ପାଇଁ ସକ୍ଷମ ନଥିବା ପିଲା ଶିକ୍ଷା ବ୍ୟବସ୍ଥାରୁ ବାଦ ପଡୁଛନ୍ତି । ଏଭଳି ଏକ ସଂବେଦନଶୀଳ ଘଟଣା ଘଟିଛି ଉଦଳା ବ୍ଲକ ଅନ୍ତର୍ଗତ ଖଲାଡି ପଞ୍ଚାୟତର ଦୂତିକାଦେଇପୁର ଗ୍ରାମରେ। ବାପା ଗଣେଶ୍ୱର ଜେନା ଜଣେ ଟାଇଲ ମିସ୍ତ୍ରୀ ଥିବା ବେଳେ ଝିଅ କୌଶଲ୍ୟା ଜେନା ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ । ଏବେ କରୋନା ପାଇଁ ସ୍କୁଲ ବନ୍ଦ ଥିବା ବେଳେ ଘରେ ମୋବାଇଲ ମାଧ୍ୟମରେ ଅନଲାଇନ ପାଠ ପଢା ଚାଲିଛି । ପାଠ ପଢାରେ ଆଗେଇ ପାରୁନଥିବା ତଥା ସାଙ୍ଗ ଝିଅ ମାନେ ପାଠ ରେ ଆଗେଇ ଯାଉଥୁବାରୁ କୌଶଲ୍ୟା ମନ ଉଣା କରି ରହୁଥିଲା । ବାପା ଜଣେ ଦିନ ମଜୁରିଆ ଥିବାରୁ ମୋବାଇଲଟେ କିଣିବା ପାଇଁ ସକ୍ଷମ, ହୋଇ ପାରୁନଥିଲା । ଝିଅର ଏହି ଅସୁବିଧାକୁ ଦେଖୁ ବାପା ଘରେ ଥିବା ଗାଈ ଟିକୁ ୬ ହଜାର ଟଙ୍କା ରେ ବିକ୍ରି କରିଥିଲେ। ହେଲେ ସେତିକି ଟଙ୍କା ନିଅଣ୍ଟିଆ ହେବାରୁ ଧାର ଉଧାର କରି ମୋବାଇଲଟେ ଆଣି ଦେଲେ । ମାତ୍ର ଘର ଭିତରେ ଟକ ଆସୁ ନଥିବା ବେଳେ ବାହାରକୁ ଆସିଲେ କେତେ ବେଳେ ନେଟୱର୍କ ଆସୁଛି ତ ନାହିଁ । ଏ ହେଉଛି ଶିକ୍ଷା ବ୍ୟବସ୍ଥାର ନଗ୍ନ ନମୁନା କପ୍ତିପଦା ଉପଖଣ୍ଡ ଭଳି ଅନଗ୍ରସର ତଥା ପଛୁଆ ଅଞ୍ଚଳରେ ଅନଲାଇନ ଶିକ୍ଷା ବ୍ୟବସ୍ଥା ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କୁ କେତେ ସଫଳ ଦେବ ନା ନୂଆଁ ସମସ୍ୟା ସୃଷ୍ଟି କରି ସାମାଜିକ ବୈଷମ୍ୟତାକୁ ଅରୁ ଅତର କରିବ ତାହା ସମୟ ହିଁ କହିବ ।
ଅନଲାଇନ ପାଠପଢା ପ୍ରସଙ୍ଗ ଗାଈ ବିକିକରି ଝିଅ ପାଇଁ ବାପା କିଣିଲା ମୋବାଇଲ
|
September 22, 2020 |


