ଧାମନଗର ବ୍ଲକ: (ସନ୍ଧାନ ନ୍ୟୁଜ୍/ପ୍ରଶାନ୍ତ ବାରିକ୍) ଧାମନଗର ବ୍ଲକ ଅନ୍ତର୍ଗତ ର ଇ ପୁର ପଞ୍ଚାୟତ ରେ ଆଜି ବାତ୍ୟା କ୍ଷତଗ୍ରସ୍ତ ଲୋକ ମାନଙ୍କୁ ସ୍ଥାନୀୟ ପ୍ରଶାସନ ଦ୍ବାରା ରଇପୁର ସ୍କୁଲ୍ ଠାରେ ରିଲଫ୍ ବଣ୍ଟା ଯାଇଥିବା ଦେଖିବାକୁ ମିଳିଥିଲା କିନ୍ତୁ ସ୍କୁଲ ଗେଟ୍ ଏବଂ କାନ୍ଥରେ ଓଡ଼ିଆ ରେ ବଡ଼ ବଡ଼ ଅକ୍ଷର ରେ ବିନା ମାସ୍କ ଏବଂ ବିନା ସାମାଜିକ ଦୂରତା ପାଳନ ନକଲେ ଚାଉଳ ଦିଆଯିବ ନାହିଁ। କିନ୍ତୁ ଗେଟ୍ ବାହାର ବାହାର ଠାରୁ ଗେଟ୍ ଭିତର ର ଦୃଶ୍ୟ ଥିଲା ଅନେକ ଫରକ୍ ନା ଥିଲା ଲୋକ ଙ୍କ ମୁହଁରେ ମାସ୍କ୍ ନା ଥିଲା ପ୍ରଶାସନ ମୁହଁରେ ।ସାମାଜିକ ଦୂରତା କଥା କହିଲେ ନସରେ। କରୋନା ଭଳି ମହାମାରୀ ସରକାର ଙ୍କ ଅର୍ଥନୀତି ର ମେରୁଦଣ୍ଡ ଭାଙ୍ଗି ଦେଇଥବା ଯୋଗୁ ସରକାର ଲକ୍ ଡାଉନ୍ /ସଟ୍ ଡାଉନ୍ ହଟାଇବା ବାଧ୍ୟ ହୋଇଥିଲେ। ତାହା ମାନେ ରାଜ୍ୟ କରୋନା ମୁକ୍ତ ନୁହେଁ।କିନ୍ତୁ ସାଧାରଣ ଜନତା ତାହାକୁ ମାନିବାକୁ ନାରାଜ। କିଛି ଦିନ ପୂର୍ବରୁ ସରକାର ଲକ୍ ଡାଉନ୍ /ସଟ୍ ଡାଉନ୍ ର ଦାୟିତ୍ଵ ସ୍ଥାନୀୟ ପ୍ରଶାସନ କୁ ଦେଇଥିବା ବେଳେ ତାହାକୁ ମଧ୍ୟ କେତେକ ସ୍ଥାନୀୟ ପ୍ରଶାସନ ହେୟ ମନେ କରୁଛନ୍ତି ଆଜି ଭଳି ଦିନରେ।
କାଗଜ ଓ କାନ୍ଥରେ ଚାଲିଛି ସରକାର ନିୟମ ପାଳନ
|
September 10, 2020 |


