କଥା ଦେଇଥିଲି ସବୁ ଭୁଲିଯିବି
ଅତୀତର ଯେତେ କଥା
ଯେଉଁଦିନ ନାଲି ସିନ୍ଦୂର ଭରିଲା
ପ୍ରିୟା ଗୋ ତୁମରିମଥା ।
ନାଲି ଶଙ୍ଖା ଚୁଡି ନାଲିର ଅଲତା
ବଉଳପାଟ କୁ ପିନ୍ଧି
ତୁମେ ବସିଥିଲ ବିବାହ ବେଦୀରେ
ସ୍ବାମୀ ହାତେ ହାତ ଛନ୍ଦି ।
ଲୋଭନୀୟ ତୁମ ଚାହାଣିର ଛିଟା
ପାଦର ନାଲି ଅଳତା
ନକହି ନକହି କହି ଦିଅ ସହି
ଅନେକ ଅକୁହା କଥା ।
ସବୁ ମୁଁ ଦେଖିଲି ନିରବ ରହିଲି
ମନକୁ ମୋ ବୁଝାଇଲି
ଫୁଲ ସବାରିରେ ବସିପ୍ରିୟା ତୁମେ
ବହୁ ଦୂରେ ଗଲ ଚାଲି ।
ନୂଆ ଯିବନଟେ ଗଢିଲ ବି ତୁମେ
ନୂଆ ସାଥୀଟିଏ ପାଇ
ଦେଇଥିବା କଥା ରଖି ମୁଁ ପାରୁନି
ଝୁରି ମରେ ତୁମ ପାଇଁ।
ଲିଙ୍ଗରାଜ ପଣ୍ଡା
ବାରିପଦା, ଦେବେନ୍ଦ୍ରପୁର,ଆନନ୍ଦମାର୍ଗ ସ୍କୁଲ,
ପିନ୍ ନମ୍ବର -୭୫୭୦୦୩
ଫୋନ୍ ନମ୍ବର- ୮୩୨୮୯୨୯୪୨୧



