ଚାନ୍ଦବାଲି: (ସନ୍ଧାନ ନ୍ୟୁଜ୍/ପ୍ରଶାନ୍ତ ବାରିକ୍) ବୈତରଣୀ ସହ ସାଳନ୍ଦୀ ନଦୀରେ ମଧ୍ୟ ପ୍ରଥମ ଥର ବନ୍ୟା ଆସିବାରୁ ନଦୀ ପାଖରେ ଥିବା ଚାନ୍ଦବାଲି ବ୍ଲକ୍ ନାନ୍ଦପୁର ପଞ୍ଚାୟତ ରେ ଗ୍ରାମ ଗୁଡିକର ସ୍ଥିତି ସଙ୍ଗିନ ହୋଇ ପଡ଼ିଛି। ଆରଡ଼ି ତିନିତର ଘାଟ ଠାରେ ବୈତରଣୀ ଓ ସାଳନ୍ଦି ନଦୀର ମିଳନ ସ୍ଥଳୀ ହୋଇ ଥିବାରୁ ବୈତରଣୀର ବନ୍ୟା ଜଳ ସାଳନ୍ଦୀ ନଦୀ ଦେଇ ପ୍ରବାହିତ ହୋଇଥିବା ଯୋଗୁ ସାଳନ୍ଦୀ ର ଜଳସ୍ତର ବଢ଼ିବାରେ ଲାଗିଥିଲା। ଉକ୍ତ ନଦୀ ପାଖ ତଳିଆ ଅଞ୍ଚଳ ର ଗ୍ରାମ ଗୁଡ଼ିକ କୋଇଲେଖା, ନାନ୍ଦପୁର, ପାଲଟ ପୁର, ଭୁଇଁପୁର , ବାଙ୍କମୁହାଣ ଆଦି ଗ୍ରାମ ଗୁଡିକ ର ମୁଖ୍ୟ ରାସ୍ତା ମଧ୍ୟ ଦେଇ ତିନି ଫୁଟ୍ ଉଚ୍ଚ ରେ ବନ୍ୟା ଜଳ ପ୍ରବାହିତ ହୋଇଥିବାରୁ ଗ୍ରାମବାସି ଙ୍କ ଅନିଦ୍ରା ର କାରଣ ସାଜିଥିଲା । ରାସ୍ତା ଉପର ଦେଇ ତିନି ଫୁଟ୍ ଉଚ୍ଚରୁ ପ୍ରଖର ସ୍ରୋତ ରେ ବନ୍ୟା ଜଳ ପ୍ରବାହିତ ହେଉଥିବା ଯୋଗୁ ପଦା ଘର ମାନଙ୍କ ରେ ବନ୍ୟା ଜଳ ପଶିବାରୁ ସେମାନଙ୍କୁ ନାନ୍ଦପୁର ବିଦ୍ୟାଳୟ ଓ କୋଇଲେଖା ବାତ୍ୟା ଆଶ୍ରୟସ୍ଥଳୀ କୁ ସ୍ଥାନୀୟ ପ୍ରଶାସନ ଦ୍ବାରା ନୌକା ମାଧ୍ୟମ ରେ ସ୍ଥାନାନ୍ତରିତ କରାଯାଇଥିଲା। ସୂଚନା ଅନୁଯାୟୀ ଆଜି ସ୍ଥାନୀୟ ପ୍ରଶାସନ ଦ୍ବାରା ପୂର୍ବତନ ସରପଂଚ ପ୍ରସନ୍ନ ଜେନା ଓ ପୂର୍ବତନ ସମିତିସଭ୍ୟ ଭଗବାନ ମାଝୀ ଏବଂ ନାନ୍ଦପୁର ପଞ୍ଚାୟତ ଶାସକ ଦଳ ର ବଳିଷ୍ଠ ନେତା ଅମର ବିଶ୍ଵାଳ ଙ୍କ ମାଧ୍ୟମ ରେ ଉକ୍ତ ପଞ୍ଚାୟତ ର ଜଳବନ୍ଦୀ ରେ ଫସି ରହିଥିବା ଲୋକ ମାନଙ୍କ ର ସମସ୍ୟା ବୁଝିବା ସହ ଶୁଖିଲା ଖାଦ୍ୟ ବିସ୍କୁଟ, ଚୁଡ଼ା, ମୁଢ଼ି ବଣ୍ଟନ କରିଥିଲେ । ଏହି ବଣ୍ଟନ କାଯ୍ୟ ପାଇଁ ସମସ୍ତ ଖର୍ଚ୍ଚ ସ୍ଥାନୀୟ ପ୍ରଶାସନ ଦ୍ଵାରା କରାଯାଇଥିଲା। ଜଳବନ୍ଦୀ ଲୋକ ମାନେ ସେମାନଙ୍କର ବନ୍ୟା ଯୋଗୁ ହୋଇ ଥିବା କ୍ଷୟକ୍ଷତି କୁ ଭରଣ ପାଇଁ ସ୍ଥାନୀୟ ପ୍ରଶାସନ ପାଖରେ ଜଣାଇବା ସଙ୍ଗେ ସଙ୍ଗେ ସାହାଯ୍ୟ ପାଇବା ଆଶାରେ ଚାହିଁ ବସିଛନ୍ତି।
ବନ୍ୟା ବିପନ୍ନଙ୍କ ସମସ୍ୟା ବୁଝିବା ସହ, ଶୁଖିଲା ଖାଦ୍ୟ ବଣ୍ଟନ କଲେ ସ୍ଥାନୀୟ ପ୍ରଶାସନ
|
August 30, 2020 |