ମଦ ବିକ୍ରି ବନ୍ଦ ପାଇଁ ଅବକାରୀ ବିଭାଗକୁ ଗ୍ରାମବାସୀଙ୍କ ଗୁହାରି.

Spread the love

ଲାଠିକଟା୨୯/୦୮/୨୦ (ସନ୍ଧାନ ନିଉଜ): ଲାଠିକଟା ବ୍ଲକ ଅନ୍ତର୍ଗତ ଜଲଦା ଗ୍ରାମ ପଂଚାୟତରେ ବିଦେଶୀ ଓ ଦେଶୀ ମଦର ଅବାଧ ବିକ୍ରି ବିରୋଧରେ ଅଂଟା ଭିଡ଼ିଛନ୍ତି ଗ୍ରାମର ବହୁ ମହିଳା ଓ ପୁରୁଷ । ଜଲଦା ଗ୍ରାମ ପଂଚାୟତରେ ମଦର ଅବାଧ ବିକ୍ରି ବନ୍ଦ ପାଇଁ ସରପଂଚ ଜାତୃ ଓରାମ ରାଉରକେଲା ଅବକାରୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏଥିନେଇ ଗ୍ରାମବାସୀଙ୍କ ପକ୍ଷରୁ  ଏକ ଦାବିପତ୍ର ଅବକାରୀ ଅଧିକାରୀଙ୍କ ଅବଗତି ନିମନ୍ତେ ପ୍ରଦାନ କରାଯାଇଛି । ଜଲଦା ଗ୍ରାମ ଏକ ଆଦିବାସୀ ବହୁ ଅଂଚଳ ହୋଇଥିବା ବେଳେ, ଏଠାରେ ପ୍ରାୟ ୭୦ ପ୍ରତିଶତ ଲୋକ ଆଦିବାସୀ ସମ୍ପ୍ରଦାୟର ଅଟନ୍ତି । ସେମାନେ ନିଜର ପେଟପାଟଣା ପାଇଁ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି । ସେମାନେ  ଦୈନିକ ଉପାର୍ଜନ କରୁଥିବା ଅର୍ଥକୁ ମଦ ପିଇ ଶେଷ କରି ଦେଉଥିବା ବେଳେ, ଏହା ଦ୍ୱାରା ସେମାନଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇ ପଡ଼ୁଛି । ମଦ  ପିଇ ପରିବାରରେ କଳି ଝଗଡ଼ା ଲାଗି ରହିବା ଯୋଗୁ ଏହାଦ୍ୱାରା ପିଲା ମାନଙ୍କ ପାଠ ପଢା  ଓ ପରିବାର ବହୁଳ ଭାବେ ପ୍ରଭାବିତ ହେଉଛି ବୋଲି ଜଲଦା ସରପଂଚ ଜାତୃ  ଓରାମ ରାଉରକେଲା ଅବକାରୀ ଅଧିକାରୀଙ୍କୁ ଅବଗତ କରିଛନ୍ତି । କରୋନା ମହାମାରୀ ଯୋଗୁ ଗ୍ରାମରେ ମଦ ବିକ୍ରିକୁ ସମୂର୍ଣ୍ଣ ଭାବେ ନିଶିଦ୍ଧ କରାଯାଇଥିବା ବେଳେ, କିଛି ଅସାଧୁ ଅବକାରୀ କର୍ମଚାରୀ ଓ ପୁଂଜିପତି ଭାଟି ମାଲିକଙ୍କ ପ୍ରରୋଚନାରେ ଗ୍ରାମରେ ମଦର ଅବାଧ କାରବାର ବୃଦ୍ଧି ପାଇଛି ବୋଲି ସରପଂଚ ଶ୍ରୀ ଓରାମ ଅଭିଯୋଗ କରିଛନ୍ତି । ଅବକାରୀ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି ।

Related Posts

About The Author

Add Comment