ବର୍ଷା ବିତ୍ପାତ: ଭାଙ୍ଗିଲା ମାଟି ଘର, ଧୋଇଲା ରାସ୍ତା

Spread the love

ଲାଠିକଟା, (ସନ୍ଧାନ ନିଉଜ): ଗତ ଦୁଇ ଧରି ଲଘୁଚାପ ଜନିତ ବର୍ଷାରେ ବେହାଲ ହୋଇ ପଡ଼ିଛି ରାଉରକେଲା ।  ରାଉରକେଲାର ନୟାବଜାର, ଟିମ୍ବର କଲୋନୀ, ଗୋପବନ୍ଧୁପାଲୀ, ବାସନ୍ତୀ କଲୋନୀ, ଲେବର କଲୋନୀ, ବ୍ରିିଟାନିଆ କଲୋନୀ, ଆରଏଚ କଲୋନୀ, କନଷ୍ଟ୍ରକସନ କଲୋନୀରେ ଥିବା ଗଳି ରାସ୍ତା, ସାଇ ମନ୍ଦିର ସମ୍ମୁଖ ରାସ୍ତା ଓ ଫର୍ଟିଲାଇଜର ଟାଉନସିପର କିଛି ଗଳି ରାସ୍ତାରେ ବର୍ଷା ପାଣି ପ୍ରବାହିତ ହେଉଥିବାରୁ ଲୋକେ ଯିବା ଆସିବା କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ସେହିପରି ବିଭିନ୍ନ ବସ୍ତିକୁ ଯାଇଥିବା ରାସ୍ତା ଗୁଡ଼ିକ କାଦୁଅରେ ପୂର୍ଣ୍ଣ ହୋଇ ଯିବା କାରଣରୁ ରାସ୍ତା ଗୁଡ଼ିକର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି । ରାସ୍ତାରେ ଯିବା ସମୟରେ କାଦୁଅ ଛିଟା ପୋଷାକରେ ଲାଗି ଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି । ସାରନଗରୀର କିଛି ଅଂଚଳର ରାଉରକେଲା ମହାନଗର ନିଗମ ଓ ଲାଠିକଟା ବ୍ଲକ ଅଧିନରେ ଆସୁ ନଥିବାରୁ ଏ ଅଂଚଳରେ ରାସ୍ତାର ମରାମତି ପାଇଁ କୌଣସି ଧ୍ୟାନ ଦିଆ ଯାଉନଥିବା ଲୋକେ ଅଭିଯୋଗ କରିଛନ୍ତି । ତେଣୁ ଏଥିପ୍ରତି ବିଭାଗୀୟ କର୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।  ଦକ୍ଷିଣ ରାଉରକେଲା ଅନ୍ତର୍ଗତ ସାରନଗରୀ ଅଂଚଳରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି । ଗତ ଦୁଇଦିନ ଧରି ଜାରି ରହିଥିବା ଲଘୁଚାପ ଜନିତ ବର୍ଷାର ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି ସାରନଗରୀର ବସ୍ତି ଓ କଲୋନୀ ବାସିନ୍ଦା । ବସ୍ତି ଅଂଚଳର ଘର ଗୁଡ଼ିକରେ ବର୍ଷା ପାଣି ପଶି ଯିବାରୁ ଘୋର ଦୁର୍ଦ୍ଦଶା ଭୋଗୁଛନ୍ତି ବସ୍ତି ବାସିନ୍ଦା ।  ଗତକାଲି ବିଳମ୍ବିତ ରାତ୍ରିରେ ବର୍ଷା ଯୋଗୁ  ଇନ୍ଦିରାପାଲୀ ଅଂଚଳରେ ଥିବା ମାଟି ଘର କ୍ଷତିଗ୍ରସ୍ତ ହୋଇଛି । ି । ଲଘୁଚାପଜନିତ ବର୍ଷା ଯୋଗୁ ଏହାକୁ ନେଇ ବିଭିନ୍ନ ବସ୍ତି ଅଂଚଳରେ ଥିବା ବସ୍ତିବାସିନ୍ଦା ମାନେ ଚିନ୍ତାରେ ପଡ଼ି ଯାଇଛନ୍ତି । ସାଧାରଣତଃ ବସ୍ତି ଅଂଚଳର ଘର ଗୁଡ଼ିକ ମାଟିରେ ତିଆରି ହେବା କାରଣରୁ ବର୍ଷା ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି ।

Related Posts

About The Author

Add Comment