ରାଜ୍ୟସ୍ତରୀୟ ସ୍ବଚ୍ଛ ସର୍ବେକ୍ଷଣରେ ୩ୟ ସ୍ଥାନରେ ବାରିପଦା ମ୍ୟୁନିସିପାଲଟି

Spread the love

ବାରିପଦା , ୨୨/୦୮/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) :- ବାରିପଦା ମ୍ୟୁନିସିପାଲଟି ରାଜ୍ୟସ୍ତରରେ ସ୍ବଚ୍ଛ ସର୍ବେକ୍ଷଣ-୨୦୨୦ରେ ଅମୃତ ସହରମାନଙ୍କ ମଧ୍ୟରେ ତୃତୀୟ ସ୍ଥାନ ଅଧିକାର କରିବାର ଗୌରବ ଅର୍ଜନ କରିଛି ବୋଲି ଜିଲ୍ଲାପାଳ ର୍ଟ୍ବଟ୍ ଯୋଗେ ଜଣାଇଛନ୍ତି । ସର୍ବଭାରତୀୟସ୍ତରରେ ବାରିପଦା ମ୍ୟୁନିସିପାଲଟି ୧୯୫ତମ ସ୍ଥାନରେ ରହିଛି । ଉଲ୍ଲେଖଯୋଗ୍ୟ ଯେ ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନ ଓ ରାଉରକେଲା ମ୍ୟୁନିସିପାଲଟି ସ୍ବଚ୍ଛ ସର୍ବେକ୍ଷଣ-୨୦୨୦ରେ ରାଜ୍ୟସ୍ତରରେ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅଧିକାର କରି ସର୍ବଭାରତୀୟସ୍ତରରେ ଯଥାକ୍ରମେ ୬୩ ତମ ଓ ୧୫୬ତମ ସ୍ଥାନରେ ରହିଥିବା ଜଣାଯାଇଛି ତତ୍ସହିତ । ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନ ୩୭୧୮ ୫୫ ଏବଂ ରାଉରକେଲା ମ୍ୟୁନିସିପାଲଟି ୨୭୯୪.୫୫ ସ୍କୋର କରିଥିବା ବେଳେ ବାରିପଦା ମ୍ୟୁନିସିପାଲଟି ୨୪୬୬ .୪୨ ସ୍କାର କରିବାକୁ ସକ୍ଷମ ହୋଇଥିବା ପ୍ରକାଶ ।

Related Posts

About The Author

Add Comment