ବାରିପଦା ୨୦/୮/୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ମୟୂରଭଞ୍ଜ ଜିଲାର ନିର୍ମାଣ ଶ୍ରମିକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ସହିତ । ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସହାୟତା ସମୁଦ୍ରକୁ ଶଙ୍ଖେ, ବୋଲି ମୟୂରଭଞ୍ଜ ନିର୍ମାଣ ଶ୍ରମିକ ସଂଘ ସମୟ ସମିତିର ଏକ ବୈଠକ ସଂଘର ସଭାପତି ଅମଲ ଦେଙ୍କ ପୌରୋହିତ୍ୟରେ ସ୍ଥାନୀୟ ପାଲବଣୀଠାରେ ଅନୁଷ୍ଠିତ ହୋଇ ଦର୍ଶାଯାଇଥିବା ସହିତ ବିଭିନ୍ନ ଦାବି ଉପସ୍ଥାପନା କରାଯାଇଛି । ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ ଜିଲାରେ ବହୁ ସଂଖ୍ୟକ ନିର୍ମାଣ ଶ୍ରମିକ ରହିଥିଲେ ସୁଦ୍ଧା ସେମାନଙ୍କ ମଧ୍ୟରୁ କେବଳ ମାତ୍ର ଏକ ଲକ୍ଷ ପାଞ୍ଚ ହଜାର ଶ୍ରମିକଙ୍କୁ ଏଯାବତ ପଞ୍ଜିକୃତ କରାଯାଇଛି । କିନ୍ତୁ ଏଦିଗରେ ପ୍ରଶାସନ ପକ୍ଷରୁ କୌଣସି ପ୍ରଚାର ଓ ପ୍ରସାରର ଅଭାବ ଯୋଗୁଁ ଏହି ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି ସତୁରୀ ହଜାର ଶ୍ରମିକ ମାସକୁ ୧୫ ଶହ ଟଙ୍କା ପାଇବା ପାଇଁ ତାଲିକାଭୁକ୍ତ ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ୬୦ହଜାର ଶ୍ରମିକ ଏହି ଟଙ୍କା ବି ପାଉଥିବା ବେଳେ ୧୦ ହଜାର ହିତାଧିକାରୀଙ୍କ ତାଲିକାରେ ଭୁଲ ଥିବା ଯୋଗୁଁ ଏଥିରୁ ବଞ୍ଚିତ ହେଉଛନ୍ତି । ଏଣୁ ଏମାନଙ୍କ ସହିତ ସମସ୍ତ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ସହାୟତା ଦେବା ପାଇଁ ଦାବି କରାଯାଇଛି । ନିୟମ ଅନୁଯାୟୀ ପଞ୍ଜିକରଣ ପ୍ରତିବର୍ଷ ନବୀକରଣ ହେବା ଆବଶ୍ୟକ, କିନ୍ତୁ ବିଭିନ୍ନ ଆଳ ଦେଖାଇ ନୀକରଣରେ ପ୍ରତିବନ୍ଧକ ସୃଷ୍ଟି କରାଯାଇଥିବାର ଅଭିଯୋଗ କରାଯାଇଛି । ସମସ୍ତ ପ୍ରତିବନ୍ଧକକୁ ହଟାଯାଇ ଶୀଘ୍ର ନବୀକରଣ କରାଯିବା ସହିତ ନିର୍ମାଣ ଶ୍ରମିକମାନଙ୍କ ପାଇଁ ବିଭିନ୍ନ ସହାୟତା ରାଶି ଯଥା ବିବାହ, ଶିକ୍ଷା, ପ୍ରସୂତିକାଳୀନ, ମୃତ୍ୟୁ, ଘର ନିର୍ମାଣ ପାଇଁ ଦିଆଯିବାକୁ ଥିବା ଟଙ୍କା ତୁରନ୍ତ ପ୍ରଦାନ କରାଯିବାକୁ ବୈଠକରେ ଦୃଢ ଦାବି କରାଯାଇଛି । ସମିତିର ସାଧାରଣ ସଂପାଦକ କାହ୍ନଚରଣ ବେହେରାଙ୍କ ତତ୍ବାବଧାନରେ ଦେବେନ୍ଦ୍ର ନାଥ କୁଣ୍ଡୁ , ପୂର୍ଣ୍ଣିମା ମହାନ୍ତ, ପ୍ରଫୁଲ ମହାନ୍ତି, ଶୁଭଶ୍ରୀ ସାମଲ, ସିଂପୁଲତା ମାଝୀ, ହେମଲତା ମିଶ୍ର, ସେକ ରାଜୁ, ବାସନ୍ତୀ ଦେହୁରୀ, ଆଲହା ବିବି, ଶଶଧର ଦଲେଇ, ଟିକିଲି ବେହେରା, ମହେଶ୍ଵର ବେହେରା, ସୁବାସିନୀ ବିନ୍ଧାଣୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
ଦୁର୍ଦ୍ଦିନରେ ଥିବା ମୟୂରଭଞ୍ଜ ନିର୍ମାଣ ଶ୍ରମିକଙ୍କୁ ସହାୟତା ଦାବି
|
August 21, 2020 |
![](https://sandhannews.com/wp-content/uploads/2019/04/BREAKING-NEWS-SANDHAN.png)