କ୍ଷମତାକୈନ୍ଦ୍ରିକ ବିଜେଡି ସରକାର

Spread the love

ଭୁବନେଶ୍ୱର, ୦୬/୦୮/୨୦ (ସନ୍ଧାନ ନିଉଜ) : ରାଜ୍ୟରେ ୨୦ବର୍ଷ ଧରି ଶାସନ ଗାଦି ମାଡିବସିଥିବା ବିଜେଡି ସରକାର ୫ମ ପାଳିରେ ମଧ୍ୟ ସେହି ନବୀନ ସରକାର ଗଠନ କରି ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ପୂର୍ବରୁ ଏକା ଯଦିଓ ମୁଖ୍ୟମନ୍ତ୍ରୀ ରହିଥିଲେ ଅନେକ ସମୟରେ କ୍ଷମତା ଅନ୍ୟମାନଙ୍କ ହାତରେ ଥାଏ । ମାତ୍ର ବିଜେଡି ପକ୍ଷରୁ ଏମାନଙ୍କୁ କ୍ଷମତାକେନ୍ଦ୍ର ବୋଲି ରାଜ୍ୟବାସୀ ଜାଣିଥିଲେ ହେଁ ଉପମୁଖ୍ୟମନ୍ତ୍ରୀ ଅଦ୍ୟବିଧି କାହାକୁ ଘୋଷଣା ହୋଇନାହିଁ । ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଅନେକ ଚର୍ଚ୍ଚା ଚାଲିଥିବା ବେଳେ ତାହାକୁ କାଟି ପୁଣି ଅପ୍ରର୍ଯ୍ୟନ୍ତ ନବୀନ ପଟ୍ଟନାୟକ ନିଜର କାର୍ଯ୍ୟକଳାପ ଜାରି ରଖିଛନ୍ତି । ଯଦିଓ ଏହା କ୍ଷମତା ଉପଭୋଗ କରିବା ଏବଂ ପୁରା ଦଳକୁ କାର୍ଯ୍ୟରେ ଲଗାଇବା ପାଇଁ ସଚିବ ଭି.କେ ପାଣ୍ଡିଆନ ଏବଂ ଯାଜପୁରର ବିଧାୟକ ପ୍ରଣବ ପ୍ରକାଶ ଦାଶ ବା ବବି ରାଜ୍ୟର କଳ୍ପତରୁ ଦାସଙ୍କ ପରେ ଦ୍ୱୀତୀୟ କ୍ଷମତାଶୀନ ବ୍ୟକ୍ତି ଭାବରେ ଅଧିଷ୍ଟତ ହୋଇଛନ୍ତି । ଏପରକି ବିଜେଡିରେ ଅନ୍ୟ ୭ଜଣ ବିଧାୟକ ମନ୍ତ୍ରୀଙ୍କ ନାମ ମଧ୍ୟ ଅନ୍ୟତମ କ୍ଷମତାକେନ୍ଦ୍ର ଭାବରେ ରାଜ୍ୟରେ ନିଜର ଦବଦବା ଜାରି କରିସାରିଛନ୍ତି ତଥାପି ଉପମୁଖ୍ୟମନ୍ତ୍ରୀ ଭାବେରେ ବିଜେଡି ସରକାର ଆଜି ପ୍ରର୍ଯ୍ୟନ୍ତ କାହାରି ନାମ ଘୋଷଣା କରିନାହିଁ । ତେବେ ନିକଟରେ ବବି ଦାସଙ୍କୁ ରାଜ୍ୟ ବିଜେଡର ସାଧରଣ ସମ୍ପାଦକ ପଦବୀ ଦିଆଯିବା ପରେ ବବି ବାବୁ ଦ୍ୱିତ୍ୱୀୟ କ୍ଷମତାକେନ୍ଦ୍ର ଭାବେ ସାରା ରାଜ୍ୟ ଜାଣିଗଲା । ଏହାବି ପକୃତ ସତ୍ୟ କଥା ବବି ଦାସ ନିଜର ଶକ୍ତି ଲାଗାଇ ପତ୍ୟକ କଥାରେ ବିଜେଡି ଦଳ ପାଇଁ କାର୍ଯ୍ୟ କରିବା ସହିତ ନବୀନ ପଟ୍ଟନାୟକଙ୍କ ପ୍ରୟବାଜନ ହୋଇପାରିଛନ୍ତି । ଏପରକି ଯାଜପୁର ବାସୀ ଏବଂ ରାଜ୍ୟରେ ତାଙ୍କ କାର୍ଯ୍ୟଶୈଳୀ ଏବଂ ପାରକାଷ୍ଠା ଉପରେ ସମସ୍ତେ ଭଲ ଭାବରେ ଜାଣିଛନ୍ତି । ଅନ୍ୟପଟରେ ବହୁ ବିଳ୍ପବ ଗୁଡିକକୁ ବବି ବାବୁ ଭଙ୍ଗି ବିଜେଡି ଦଳକୁ ବିଭିନ୍ନ ସମୟରେ ସୁରକ୍ଷା ଦେଇଛନ୍ତି । ସେପରି ବିକାଶ ପାଇଁ ମଧ୍ୟ ତତ୍ପର ହୋଇ ନିଜ ନିର୍ବାଚନ ମଣ୍ଡଳୀ ସମେତ ଅନ୍ୟ ନିର୍ବାଚନ ମଣ୍ଡଳୀରେ ବିକାଶ କାର୍ଯ୍ୟକୁ ତଦାରକ କରିବା ଏବଂ ରାଜ୍ୟର ବିଭିନ୍ନ ବିକାଶ କରିବାରେ ସହଭାଗିତା ହୋଇଛନ୍ତି ତେଣୁ ବବି ଦାସଙ୍କ ଦ୍ୱୀତୀୟ ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଅନେକ ସମୟରେ ଚର୍ଚ୍ଚା ହୋଇଛି । କିନ୍ତୁ ଚଳିତ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୁତାରାଙ୍କୁ ତାଙ୍କ ପରେ ମୁଖ୍ୟମନ୍ତ୍ରୀ ପଦ ପ୍ରଦାନ ପାଇଁ ଆରମ୍ଭ ହୋଇଥିଲା କସରତ ।ଏପରକି ସେତେବେଳେ ତାଙ୍କ ଜିତାଇବା ଦାୟିତ୍ୱ ବି ଯାଜପୁର ବିଧାୟକଙ୍କ ରହିଥିଲା । ଅବ୍ୟଶ୍ୟ ଅନେକ ବିଧାୟକ ତାଙ୍କର ଦାୟିତ୍ୱ ନେବା ପାଇଁ ରାଜିଥିଲେ । ସେ ଯାହା ହେଉ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟପ୍ରତି ଅଙ୍ଗୁଳି ନିଦେ୍ର୍ଦଶ ଆସିବା ପରେ ଏକ ଭିଡିଓ ଜାରି କରାଯାଇ ସେ ସମ୍ପୁଣ୍ଣ ଫିଟ ରହିଥିବା ରାଜ୍ୟବାସୀଙ୍କ ଜଣାଗଲା । ମାତ୍ର ଏହା ଭିତରେ ଶାସନ ଚାଲିଛି । ବିରୋଧୀ ନାମକୁ ମାତ୍ର କାଁଭାଁ ହାଲ୍ଲାଗୁଲ୍ଲା କରୁଛନ୍ତି । ମାତ୍ର ଏକଥା ଉଠିନଥିଲା । ଏବେ କିଛି ଯୁବନେତାଙ୍କ ସାମଜିକ ଗଣମାଧ୍ୟମରେ ଏକଥା ଉଠିଲାଣି । ଖବୁ ଶୀଘ୍ର ରାଜ୍ୟରେ ବିଜେଡି ସରକାର ଉପ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ? ତେବେ କିଏ ବୋଲି ଅନେକ ପ୍ରଶ୍ନବି କରିଛନ୍ତି । ଉତ୍ତରରେ ସେହି ନିଦ୍ଧିଷ୍ଟ ସମାଜିକ ମିଡିଆରେ ନିଜର ଉତର ଦେବା ସହିତ ଜଣଙ୍କ ନାମ ମଧ୍ୟ ପ୍ରକାଶ କରିଛନ୍ତି । ତେବେ ବିଶେଷ ସୂତ୍ରରୁ ଖବର ପାଇଥିବା ଲୋକଟି କଥା ଯଦି ସତ ହୁଏ ତେବେ ଏହା ଭିତରେ କଣ ହେଲାକି ବିଜେଡି ସରକାର ଉପମୁଖମନ୍ତ୍ରୀ ଘୋଷଣା କରିବ । ଏହାକୁ ରାଜନୌତକ ସମୀକ୍ଷମ ମାନେ କିଭଳି ଦୃଷ୍ଟିରେ ଦେଖୁଛନ୍ତି ତାହାତ ସମୟ କହିବ ତେବେ ହୁଏତ ଏହି ଘୋଷଣା ବିଜଡି ଦଳ ପାଇଁ ବୁମେରାଂ ସବାସ୍ୱ ହେବ ବୋଲି କିଛି କହୁଥିବା ବେଳେ ଅନେକ ମଧ୍ୟ ଏକଥାକୁ ସ୍ୱାଗତ କରୁଛନ୍ତି । ତେବେ ଏହି ଖବର କେତେ ସତ ତାହାଆଗମୀ ସମୟ ନିର୍ଧାରଣ କରିବ ।

Related Posts

About The Author

Add Comment