କୋଭିଡ -୧୯ ଆଇନକୁ ଖୋଲାଖୋଲି ଉଲଂଘନ

Spread the love

ବାରିପଦା ୨୮/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) :- କୋଭିଡ-୧୯ ମହାମାରୀକୁ ରୋକାଯିବା ନିମନ୍ତେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ବକୁ ଏକମାତ୍ର ମହୈଷଧୀ ଭାବେ ବିବେଚନା କରାଯାଉଛି । ଦେଶର ଘନ ଜନବସତି ମାନଙ୍କରେ ସାମାଜିକ ଦୂରତ୍ବ ରକ୍ଷା କରାଯାଇ ପାରୁ ନଥିବା ଅଞ୍ଚଳରେ ମହାମାରୀ ସଂକ୍ରମଣ ସଂଖ୍ୟା ବୃଦ୍ଧି ସହିତ ମୃତ୍ୟୁହାର ମଧ୍ୟ ବୃଦ୍ଧି ପାଇଚାଲିଛି ।

   ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାରେ କୋଭିଡ-୧୯ ଆଇନକୁ ସଠିକ ଭାବେ କାର୍ଯ୍ୟକାରୀ କରାଯାଉଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଡିଣ୍ଡିମ ପିଟାଯାଉଥିବା ବେଳେ ଜିଲ୍ଲା ସଦର ମହକୁମା ବାରିପଦା ଠାରେ ଆଜି ଦୁଇଟି ଉପଖଣ୍ଡ ପାଇଁ ହୋଇଥିବା ସାକ୍ଷାତକାର କୋଭିଡ-୧୯ ଆଇନକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଇଥିବା ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

   ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ଆକ୍ରାନ୍ତଙ୍କ ତତ୍ତ୍ଵାବଧାନ ପାଇଁ ଜିଲ୍ଲାର ପଞ୍ଚାୟତ ସ୍ତରରେ ଥିବା କୋଭିଡ ଗୃହ ମାନଙ୍କ ରେ ବେକାର ତାଲିମ ପ୍ରାପ୍ତ ଏଏନଏମଙ୍କ ନିଯୁକ୍ତି ପାଇଁ ଦୁଇ ଦିନ ତଳେ ସ୍ଥାନୀୟ ମହାରାଜା କୃଷ୍ଣଚନ୍ଦ୍ର ହାଇସ୍କୁଲ ପରିସରରେ ଜିଲ୍ଲାର ବାରିପଦା ସଦର ଓ କରଂଜିଆ ,ଉଦଳା ଓ ରାଇରଙ୍ଗପୁର ଦୁଇ ଉପଖଣ୍ଡ ପାଇଁ ମଧ୍ୟ ସେଠାରେ ସାକ୍ଷାତକାର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଏହି ସାକ୍ଷାତକାର ଅଧିକ ପରିମାଣରେ ପ୍ରାର୍ଥୀ ଯୋଗ ଦେଇଥିବାରୁ ସାକ୍ଷାତକାର ସ୍ଥାନଠାରେ ଅସମ୍ଭବ ଭିଡ ପାଇଁ ସାମାଜିକ ଦୂରତ୍ବ ଆଦୈ ରହି ନ ଥିବା ସହ ମାସ୍କ ବ୍ୟବହାର ମଧ୍ୟ ଢିଲା ପରିଲକ୍ଷିତ ହୋଇଛି । ଯାହାଫଳରେ ସରକାରଙ୍କ ଦ୍ବାରା କରୋନା ପାଇଁ ନିୟୋଜିତ ହେବାକୁ ଥିବା ଆଗାମୀ ଯୋଦ୍ଧାମାନଙ୍କର ଏଭଳି ଉଶୃଙ୍ଖଳ ଆଚାରଣ ସାଧାରଣରେ ନକରାତ୍ମକ ପ୍ରଭାବ ସୃଷ୍ଟି ହେଉଛି । କାରଣ ଭିଡ଼ ମଧ୍ୟରେ ଏପରି ସାକ୍ଷାତକାର ଫଳରେ ସଂକ୍ରମଣ ଫଳରେ ବୃଦ୍ଧି ପାଇବାକୁ ଏଡାଇ ଦିଆଯାଇ ନ ପାରେ ।

   ବାରିପଦା ସହରର କେନ୍ଦ୍ର ସ୍ଥଳୀରେ ଥିବା ଏହି ହାଇସ୍କୁଲ ପରିସରରେ ପ୍ରାର୍ଥୀମାନଙ୍କର ସମେତ ସେମାନଙ୍କ ସଂପର୍କୀୟମାନଙ୍କ ପ୍ରାୟ ୫ ହଜାର ଉର୍ଦ୍ଧ୍ବ ସମାଗମ ଯୋଗୁଁ ଅଯଥା ଭିଡ଼ ପାଇଁ ସହରର ମୁଖ୍ୟ ମାର୍କେଟ ରାସ୍ତାଟି ଲୋକାରଣ୍ୟ ହୋଇଥିଲା ।ଯାହା ଫଳରେ ସାମାଜିକ ଦୂରତ୍ବ ରକ୍ଷା ହୋଇ ପାରୁ ନ ଥିବାରୁ ସହରର ଜନସାଧାରଣଙ୍କ ପାଇଁ ବିପଦ ସୃଷ୍ଟି କରିଛି । କାରଣ ମାସର ଶେଷ ସପ୍ତାହନ୍ତ ସଟଡାଉନ୍ ଯୋଗୁଁ ଗତ ଦୁଇ ଦିନ ଧରି ମାର୍କେଟ ସମେତ ସମସ୍ତ ଅଞ୍ଚଳ ବନ୍ଦ ଥିଲା ଏବଂ ସେହିପରି ଆଜି ସପ୍ତାହର ପ୍ରଥମ ଦିନ ଯୋଗୁଁ ସରକାରୀ କାର୍ଯ୍ୟାଳୟ ଅଞ୍ଚଳରେ ପ୍ରବଳ ଗହଳି ସହିତ ପ୍ରାର୍ଥୀ ଚୟନ ପାଇଁ ଆସିଥିବା ପ୍ରାର୍ଥୀମାନଙ୍କର ଅତ୍ୟଧିକ ସମାଗମ ନେଇ ବାରିପଦାର ଜନସାଧାରଣ ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି ।

    ଉଲ୍ଲେଖଯୋଗ୍ୟ ଯେ ସ୍ଥାନୀୟ ମହାରାଜା କୃଷ୍ଣଚନ୍ଦ୍ର ହାଇସ୍କୁଲ ଚତୁଃପାର୍ଶ୍ଵରେ ମାର୍କେଟ ସରକାରୀ କାର୍ଯ୍ୟାଳୟ କଚେରୀ ଓ ବସଷ୍ଟାଣ୍ଡ ସମେତ ଘନଜନବସତି ରହିଛି । ଏଣୁ ଏହାକୁ ଦୃଷ୍ଟିରେ ରଖି ପ୍ରାର୍ଥୀମାନଙ୍କର ସାକ୍ଷାତକାରକୁ ବାରିପଦା ସହରର ଛଉପଡିଆ କିମ୍ବା ଷ୍ଟାଡିୟମ ମଧ୍ୟରେ କରାଯାଇ ପାରିଥିଲେ ଏଭଳି ଭିଡ଼ ହୋଇ ନ ଥାନ୍ତା କି କୋଭିଡ-୧୯ର ଭୟାବହତା ଆତଙ୍କ ସୃଷ୍ଟି ହୋଇ ନ ଥାନ୍ତା । ଅନ୍ୟ ପକ୍ଷରେ ପ୍ରଶାସନର ଅପରିମାଣଦର୍ଶିତା ଫଳରେ ଏଭଳି ଭୟାବହ ପରିସ୍ଥିତି ସୃଷ୍ଟି ହୋଇ କରୋନା ସଂକ୍ରମଣ ପାଇଁ ସୁଯୋଗ ସୃଷ୍ଟି କରାଯାଇଥିବା ସାଧାରଣ ରେ ଖୋଲାଖୋଲି ଆଲୋଚନା ହେଉଛି । କିନ୍ତୁ ସମାଗମ ବୃଦ୍ଧି ସହିତ କୋଭିଡ-୧୯ ନିୟମକୁ ଖୋଲାଖୋଲି ଉଲଂଘନ ଚାଲିଥିବାର ଖବର ପାଇ ବାରିପଦା ଟାଉନ ଥାନାର ଆଇଆଇସିଙ୍କ ନେତୃତ୍ୱରେ ପୋଲିସ ଦଳ ପହଞ୍ଚିଥିଲେ ସୁଦ୍ଧା ନିୟନ୍ତ୍ରଣ କରିବାରେ ନାକେଦମ ହେବାକୁ ପଡ଼ିଥିଲା ।

Related Posts

About The Author

Add Comment