ଯାଜପୁର, ୨୯/୦୭/୨୦ (ସନ୍ଧାନ ନିଉଜ) -ଏମିତି ଦୁନିଆରେ ବହୁତ କୃତଘ୍ନ ଅଛନ୍ତି । ନିଜର ସ୍ୱାର୍ଥ ହାସଲ କଲା ପରେ କିଏ ମଲା ଗଲା ପଚାରନ୍ତି ନାହିଁ । ଏପରି ଏକ ଅଭାବନୀୟ ଘଟନା ଘଟିଚି କୁଆଖିଆ ଥାନା ଅନ୍ତର୍ଗତ ନରସିଂହପୁର ପଂଚାୟତର ଗୈାରୀଶ୍ୟାମ ପାଟଣା ଗାଁରେ । କ୍ଷୀର ସାହୁ (୭୫), ସ୍ୱା- ୰ନାରାୟଣ ସାହୁ, ଉକ୍ତ ବୃଦ୍ଧା ଜଣେ ଅସହାୟ ମହିଳା । ଜଣାଯାଏ ଉକ୍ତ ବୃଦ୍ଧା ମାଆର ସନ୍ତାନ ସନ୍ତତି କେହି ନଥିବାରୁ ସେ ତା ସ୍ୱାମୀଙ୍କ ଭଣଜାକୁ ପୁଅ କରି ଆଣିଥିଲେ । ଭଣଜା ତାର ସମସ୍ତ ସଂପତି କୁ ହାତେଇବା ପରେ ନିଜ ବାଟରେ ଛୁ ମାରିଥିଲା । ତେଣୁ ସେ ପୂର୍ଣ୍ଣ ଅସହାୟ ଅବସ୍ଥାରେ ପଡି ରହିବା ସହିତ ସବୁ ସମୟରେ ଖାଇବାକୁ ମଧ୍ୟ ପାଉ ନଥିଲେ । ଶେଷରେ ନୂଆ ଆଲୋକ ଅନୁଷ୍ଠାନ ତାଙ୍କୁ ଗତ ଜୁନ ମାସ ୨୭ ତାରିଖରେ ଛତିଆ ସ୍ଥିତ ସେବକ ଆଶ୍ରମରେ ଥଇଥାନ କରାଇ ଥିଲା । ବାର୍ଦ୍ଧକ୍ୟ ରୋଗରେ ଶୀକାର ହୋଇ ବୁଢୀ ମାଆ ଜଣକ ଗତକାଲି ତା ୨୮.୭.୨୦ ରିଖ ରାତ୍ରରେ ଦେହତ୍ୟାଗ ଖବର ପାଇ ନୂଆ ଅଲୋକର ସଦସ୍ୟ ସଦସ୍ୟା ମାନେ ସେଠାରେ ପହଁଚି, ଆଜି ତାଙ୍କର ଶେଷ କୃତ୍ୟ ସମ୍ପନ୍ନ କରିଛନ୍ତି । ତେବେ ଏତିକି କୁହା ଯାଇ ପାରେ ବୃଦ୍ଧା ମାଆର ସମ୍ପତି ବାଡି ଯାହା ଥିଲା , ତାର ଭଣଜା ସମସ୍ତ ବିକ୍ରି କରି ଅନ୍ୟତ୍ର ରହୁଛି । କିନ୍ତୁ ମାଆ ବାର୍ଦ୍ଧକ୍ୟରେ ପଡି ଶେଷରେ ଦେହ ତ୍ୟାଗ କଲା , ସେ ନିଷ୍ଠୁର ଭଣଜା କି ଭଣଜା ବୋହୁ ତାହାର କଥା କିଛି ବି ବୁଝିଲେ କିମ୍ବା ଖୋଜ ଖବର ମଧ୍ୟ ନେଲେ ନାହିଁ । ଏହି ପରି ଅମଣିଷ ଆଜି ବି ଦୁନିଆରେ ଅଛନ୍ତି । ଏହି ପରି ବିଶ୍ୱାସ ଘାତକ ମାନଙ୍କୁ ଭଗବାନ ଉଚିତ ଦଣ୍ଡ ବିଧାନ କରିବ ବୋଲି ସାଧାରଣରେ ଆଲୋଚନା ହେଉଛି । ନୂଆ ଆଲୋକର ଏତାଦୃଶ କାର୍ଯ୍ୟକ୍ରମ କୁ ସାଦାରଣରେ ଭୁୟସୀ ପ୍ରସଂସା କରାଯାଇଛି ।
ସମ୍ପତ୍ତିଖାଇ ଭଣଜା ଚମ୍ପଟ ଅସହାୟ ବୃଦ୍ଧା କ୍ଷୀର ମାଆ ଶେଷରେ ଆଖି ବୁଝିଲା
|
July 30, 2020 |
![](https://sandhannews.com/wp-content/uploads/2020/07/budhi-maa-photo.jpg)