ଉଦୀୟମାନ ପକ୍ଷରୁ ଚାରା ରୋପଣ

Spread the love

ଜେନାପୁର, ୨୬/୦୭/୨୦ (ସନ୍ଧାନ ନିଉଜ) : ଯାଜପୁର ଜିଲାର ଅଗ୍ରଣୀ ସ୍ୱେସôାସେବୀ ସଙ୍ଗଠନ ଉଦୀୟମାନ ତରଫାରୁ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ବିଭିନ୍ନ ସ୍ଥାନରେ ଚାରାରୋପଣ କାର୍ଯ୍ୟକ୍ରମ ଚାଲୁ ରହିଛି । ପରିବେଶ ସୁରକ୍ଷା ଦିଗରେ ବୃକ୍ଷରୋପଣକୁ ଏକ ପ୍ରମୁଖ କାର୍ଯ୍ୟ ଭାବରେ ଗ୍ରହଣ କରି ଅନୁଷ୍ଠାନର କାର୍ଯ୍ୟକର୍ତ୍ତାମାନେ ବର୍ଷର ପ୍ରତ୍ୟେକ ସମୟରେ ଚାରା ରୋପଣ ଉପରେ ଗୁରୁତ୍ୱ ଦେଇଥାନ୍ତି । ରାସ୍ତା ପାଶ୍ୱର୍, ଖେଳପଡିଆ, ସ୍କୁଲ ପଡିଆ, କ୍ଲବ ଘର, ମଠମନ୍ଦୀର ଆଦି ସ୍ଥାନରେ ଫୁଲ ଫଳ, ଔଷଧୀୟ ଚାରା ରୋପଣ କରି ତାର ସୁରକ୍ଷା ଦିଗରେ ଚେଷ୍ଠା କରିଥାନ୍ତି । ଜୁଲାଇ ପ୍ରଥମ ସପ୍ତହରୁ ଆରମ୍ଭ କରି ଅକ୍ଟୋବର ଗାନ୍ଧୀ ଜୟନ୍ତି ପର୍ଯ୍ୟନ୍ତ ଅନୁଷ୍ଠାନ ପ୍ରତ୍ୟେକ ବର୍ଷ ଚାରାରୋପଣ କରି ପରିବେଶ ସନ୍ତ୍ୁଳନ କ୍ଷେତ୍ରରେ ପାଦଟିଏ ବଢାଇଥାଏ । ଏହି କ୍ରମରେ ଆଜି ସ୍ୱେସôାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଓ ସଦସ୍ୟମାନେ ଧର୍ମଶାଳା ବ୍ଲକ ହରିଦାସପୁର କଂଚିଆଠରେ ଥିବା ବାବା ଭୁଇଁଆ ଗ୍ରାମଦେବତୀ ପୀଠର ଚାରିପାଖରେ ବିଭିନ୍ନ ପ୍ରଜାତିର ଔଷଧୀୟ, ଫୁଲଫଳ ଚାରା ଲଗାଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସାମାଜିକ କର୍ମୀ ସୁଭାଷ ଚନ୍ଦ୍ର ରାଉତ, ମନୋରଂଜନ ସାହୁ, ସାମ୍ବାଦିକ ମାନସ କୁମାର ରାଉତ ପ୍ରମୁଖ ଯୋଗ ଦେଇଥିବା ବେଳେ ଉଦୀୟମାନ ପରିବାରର ଉପସଭାପତି ପ୍ରକାଶ କୁମାର ନାୟକ, ସହ ସମ୍ପାଦକ କାର୍ତ୍ତୀକ ଚନ୍ଦ୍ର ଜେନା, ଯୁଗ୍ମ ସମ୍ପାଦକ ଚନ୍ଦନ କୁମାର ପଣ୍ଡା ଓ ଅନ୍ୟମାନେ ଚାରାରୋପଣ କରିଥିଲେ । ଏହି ଚାରାରୋପଣ କାର୍ଯ୍ୟକ୍ରମକୁ ୟୁଥ ଫର ଆକ୍ସନର ସଦସ୍ୟମାନେ ସୁଚାରୁ ରୁପେ ପରିଚାଳନା କରିଥିଲେ । ଏ ବର୍ଷ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠାନ ତରଫରୁ ଚାରାରୋପଣ କାର୍ଯ୍ୟ ଚାଲୁ ରହିବାର ଥିବାରୁ ଆଗ୍ରହୀ ଅନୁଷ୍ଠାନ ମାନେ ଯୋଗାଯୋଗ କରିବାକୁ ଅନୁଷ୍ଠାନର ସଂପାଦକ ଅନିଲ କୁମାର ଦାସ ସୁଚନା ଦେଇଛନ୍ତି ।

Related Posts

About The Author

Add Comment