ରାଉରକେଲା, ୨୪/୦୭/୨୦ (ସନ୍ଧାନ ନିଉଜ) : କାୟା ମେଲାଇବାରେ ଲାଗିଛି କରୋନା । ଲାଠିକଟା ବ୍ଲକ ଅନ୍ତର୍ଗତ ଜଲଦା ସି ବ୍ଲକ ପଂଚାୟତ ୱାର୍ଡ ନମ୍ବର ୧୨ରେ ଜଣେ ମହିଳା କରୋନା ପଜେଟିଭ ଚିହ୍ନଟ ହେବା ପରେ ସଂପୃକ୍ତ ଅଂଚଳରେ ବସବାସ କରୁଥିବା ବାସିନ୍ଦା ମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି । ଜଲଦା ସରପଂଚ ଜାତୃ ଓରାମ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଘାସିରାମ ମହାନ୍ତ ଧନଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି ୱାର୍ଡ ନଂ ୧୨, ୧୩,୧୭,୧୯,୨୧ ଏବଂ ୨୨ ଅଂଚଳକୁ ଆଜି ଶୁକ୍ରବାର ଠାରୁ ଜୁଲାଇ ୨୬ ତାରିଖ ସଂଧ୍ୟା ୫ଟା ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି । ଏହି ସଟଡାଉନ ସମୟ ମଧ୍ୟରେ ଅତ୍ୟାବଶ୍ୟକ ଯଥା ଔଷଧ ଦୋକାନ ଏବଂ ମେଡ଼ିକାଲ କାମରେ ଯାଉଥିବା ଲୋକଙ୍କୁ କୋହଳ କରାଯିବ । ଯଦି କୌଣସି ଜରୁରୀ କାଳୀନ ପରିସ୍ଥିତିରେ ଜଲଦା ସରପଂଚ ଜାତୃ ଓରାମଙ୍କୁ ମୋବାଇଲ ନଂ୭୯୭୮୨୯୫୪୫୨ ଏବଂ ଗ୍ରାମ ପଂଚାୟତ ଅଧିକାରୀ ଘାସିରାମ ମହାନ୍ତଙ୍କୁ ମୋବାଇଲ ନଂ ୯୪୩୭୨୪୫୪୩୭ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।
ଜଲଦା ପଂଚାୟତ ‘ସି’ ବ୍ଲକକୁ ସଟ୍ଡାଉନ କଲେ ସରପଂଚ
|
July 24, 2020 |
![ଜଲଦା ପଂଚାୟତ ‘ସି’ ବ୍ଲକକୁ ସଟ୍ଡାଉନ କଲେ ସରପଂଚ](https://sandhannews.com/wp-content/themes/mts_newsonline/images/nothumb-featuredfull.png)