ରାଜଗାଙ୍ଗପୁର, ୦୪/୦୭/୨୦ (ସନ୍ଧାନ ନିଉଜ) : କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଭୁଲ ନୀତି ଯୋଗୁ କରୋନା ମହାମାରୀ ସମୟରେ ଶ୍ରମିକ ଏବଂ ସାଧାରଣ ଜନତା ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଦେଶ ରେ ପ୍ରାୟ ୨୪କୋଟିରୁ ଉର୍ଦ୍ଧ୍ବ ଲୋକ ନିଜର ଜୀବିକା ହରାଇଥିବା ବେଳେ ପ୍ରାୟ ୪୦ କୋଟିରୁ ଅଧିକ ଲୋକଙ୍କ ପରିସ୍ଥିତି ଅତ୍ୟନ୍ତ ଦୟନୀୟ । ଏହି ମହାମାରୀ ସମୟରେ ତଥାକଥିତ କେନ୍ଦ୍ରର ୨୦ ଲକ୍ଷ କୋଟି ଟଙ୍କା ର ପ୍ୟାକେଜ ସାଧାରଣ ଗରିବ ଖଟିକିଆ ପାଇଁ ଏକ କ୍ରୁର ଉପହାସ ।ଟ୍ରେଡ଼ ୟୁନିୟନ ତରଫରୁ ଦେଶରେ ପ୍ରତେକ ଗରିବ ବ୍ୟକ୍ତି ପିଛା ୧୦ କେଜି ପ୍ରତି ମାସ ଖାଦ୍ୟଶସ୍ୟ ପ୍ରଦାନ ଏବଂ ଆୟକର ପ୍ରଦାନ କରୁନଥିବା ପ୍ରତି ପରିବାର ତିନି ମାସ ୭୫୦୦ ଟଙ୍କା ପ୍ରଦାନ କରିବାକୁ ଦାବୀକୁ ସରକାର କର୍ଣ୍ଣପାତ କରୁନଥିବା କରୁନାହାନ୍ତି । କାରଖାନା ନିୟମକୁ ଉଲ୍ଲଂଘନ କରି ଶ୍ରମ ନିର୍ଘଣ୍ଟ କୁ ୮ ଘଣ୍ଟା ରୁ ୧୨ଘଣ୍ଟା ବୃଦ୍ଧି,୩୦୦ ଶ୍ରମିକ ପର୍ଯ୍ୟନ୍ତ କାର୍ଯ୍ୟକରୁଥିବା କାରଖାନାରେ ତାଲା ବନ୍ଦ ଓ ଶ୍ରମିକ ଛଟେଇ ପାଇଁ ମାଲିକଙ୍କୁ କ୍ଷମତା ପ୍ରଦାନ କରିବା ଭଳି ଶ୍ରମିକ ମାରଣ ନୀତିକୁ ଘୋର ବିରୋଧ କରିଥିଲେ ।
ଜନ ବିରୋଧୀ କାର୍ଯ୍ୟକୁ ନେଇ ମିଳିତ ଟ୍ରେଡ଼ ୟୁନିୟନ ତରଫରୁ ବିରୋଧ ପ୍ରଦର୍ଶନ ।
|
July 4, 2020 |
![ଜନ ବିରୋଧୀ କାର୍ଯ୍ୟକୁ ନେଇ ମିଳିତ ଟ୍ରେଡ଼ ୟୁନିୟନ ତରଫରୁ ବିରୋଧ ପ୍ରଦର୍ଶନ ।](https://sandhannews.com/wp-content/themes/mts_newsonline/images/nothumb-featuredfull.png)