ବାରିପଦା/ବାଲିଆପାଳ ୩୦/୦୬ (ସନ୍ଧାନ ନିଉଜ)- ବାଲିଆପାଳରେ ହେବାକୁ ଥିବା ପେଟ୍ରୋକେମିକ ପ୍ଲାଣ୍ଟ ତିଅରି ରୋକିବା ପାଇଁ ଉପକୂଳ ଭିଟାମାଟି ସଙ୍ଗଠନ ଶ୍ୱର ଉଠାଇ ଥିଲେ । କାରଣ ପେଟ୍ରୋକେମିକ ପ୍ଲାଣ୍ଟ ତିଆରି ହେବା ଫଳରେ ଗ୍ରାମର ସମସ୍ତ ଗ୍ରାମ ବାସୀ ନିଜର ଭିଟାମାଟି କୁ ହରାଇ ବସେଇବେ , ଶସ୍ୟ କ୍ଷେତ ଗୁଡିକ ମଧ୍ୟ ନଷ୍ଟ ହୋଇଯିବା ପ୍ରେଟ୍ରୋକେମିକାଲ ପ୍ଲାଣ୍ଟ ତିଆରି ପାଇଁ ୩୭୮୦ଏକର ଜମି ଆବଶ୍ୟକ । ପ୍ରେଟ୍ରୋକେମିକାଲ ପ୍ଲାଣ୍ଟ ହେଲେ ଗ୍ରାମବାସୀ ନିଜ ଭିଟାମାଟି ଛାଡିବେ ନାହିଁ ବୋଲି ଦାବି କରିଥିଲେ । ପୂବରୁ ଏଥି ନିମନ୍ତେ ବୌଠକ ମଧ୍ୟ ହୋଇଥିଲା ଏବଂ ସମସ୍ତେ ସ୍ଥିର କରିଥିଲେ ଯେ ନିଜର ଜମି ଛାଡିବେ ନାହିଁ । ଗତ କାଲି ୨୮.୦୬.୨୦ ସମାଜ ଦୌନିକ ଖବର କାଗଜରେ ପ୍ରକାଶିତ ସମ୍ବାଦ ପ୍ରସ୍ତାବିତ ପେଟ୍ରୋକେମିକାଲ୍ ବିରୋଧରେ ବାସ୍ତବତ ଅଭିଯାନ ଶୀର୍ଷକ ସମ୍ବାଦରେ ଉଲ୍ଲେଖ କରାଯାଇଥିବା ଉପକୂଳ ଭିଟାମାଟି ସୁରକ୍ଷା କମିଟିର ନାଁକୁ ବ୍ୟବହାର କରି ଉକ୍ତ ସଙ୍ଗଠନ ପକ୍ଷରୁ ଜାମ୍ଭିରାଇ ଶାନ୍ତି କର୍ମ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଜାମ୍ଭିରାଇ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଅମରେଶ ମିଶ୍ର ଏବଂ ପୂର୍ବତନ ସମୀତି ସଭ୍ୟ ରତ୍ନାକର ବିଶ୍ୱାଳ ପ୍ରମୁଖଙ୍କ କୃତ ସମ୍ବାଦ ପଢି ଅତ୍ୟନ୍ତ ଆଶ୍ଚର୍ଯ୍ୟ ଓ କ୍ଷୋତ ପ୍ରକାଶ କରି ଏହାର ବୃତ ପ୍ରତିବାଦ ଜଣାଉଛି ।
ରିପୋର୍ଟ- ଲିଙ୍ଗରାଜ ପଣ୍ଡା, ବାରିପଦ