ଅର୍ଥ ସାଜିଛି ବାଧକ। ଚିକିତ୍ସା ପାଇଁ ଯାଇପାରୁନାହାନ୍ତି ଅନ୍ତର୍ଯ୍ୟାମୀ

Spread the love
ନୟାଗଡ, ୨୫ /୦୬ (ସନ୍ଧାନ ନିଉଜ) ବୟସର ଅପରାହ୍ନରେ ଯେଉଁ ବୟସରେ ବୃଦ୍ଧା ମା , ବାପାଙ୍କୁ, ପୁଅ ସେଵା କରିବାକଥା କିନ୍ତୁ ପୁଅକୁ ସେଵା କରୁଛନ୍ତି 80 ବର୍ଷର ବୃଦ୍ଧା ମା। ଦଇବର ଦୁର୍ଦଶା ମାଡିବସିଛି ପୁଅ ଅଂନ୍ତର୍ଯ୍ୟାମୀଙ୍କ ଉପରେ । ଅନ୍ତର୍ଯ୍ୟାମୀ BA  ପାସ କରି ଉଚ୍ଚଶିକ୍ଷିତ ହୋଇଥିଲେ ମଧ୍ୟ ଦାଉସାଜିଛି ରୋଗ । ଚିକିତ୍ସା ପାଇଁ ନାହିଁ ଅର୍ଥ। ଏଭଳୀ ପରିସ୍ଥିତିରେ ଅକର୍ମଣ୍ୟ ହୋଇ ଶଯ୍ୟାରେ ପଡିରହିଛନ୍ତି ଅନ୍ତର୍ଯ୍ୟାମୀ। ସହାୟତା ପାଇଁ ନିବେଦନ କରିଛନ୍ତି ପ୍ରଶାସନକୁ।
 ନୟାଗଡ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅଧିନସ୍ଥ କିଆଝର ପାଞ୍ଚାୟତର ସାନଖଜୁରିଆ ଗାଁ ର ଅନ୍ତର୍ଯ୍ୟାମୀ କରଙ୍କ କ୍ଷେତ୍ରରେ। ଗରିବ ବ୍ରାହ୍ମଣ ପରିବାରରେ ଜନ୍ମିତ ଅନ୍ତର୍ଯ୍ୟାମୀ କରଙ୍କର ବାପା ନାରାୟଣ କର ଆରପରିକୁ ଚାଲିଯାଇଛନ୍ତି।କିନ୍ତୁ ମା ଗୌରୀ କର ବୟସର ଅପରାହ୍ନରେ ଦୁଃଖରେ ଦିନ କାଟୁଥିବା ବେଳେ ବେଡି ଉପରେ କୋରଡ଼ା ସଦୃଶର ଦୁଃଖ ତାଙ୍କୁ ଛାଡିପାରୁନାହିଁ । ତେବେ 28 ବର୍ଷର ପୁଅ ଅନ୍ତର୍ଯ୍ୟାମୀ ଙ୍କର ସେଵା କରୁଛନ୍ତି ମା ଗୌରୀ । ଅନ୍ତର୍ଯ୍ୟାମୀ ଦୀର୍ଘ 5ବର୍ଷରୁ ଉର୍ଦ୍ଧ୍ବ ସ୍ପାଇନାଲ କର୍ଡ ଇଂଜୁରୀ ଦ୍ବାରା ଅକର୍ମଣ୍ୟ ହୋଇ ଶଯ୍ୟାଶାୟୀ ହୋଇ ପଡି ରହିଛନ୍ତି। ସତେ ଯେପରି  ଦଇବ ତାଙ୍କ ଉପରେ ଦାଉ ସାଧୁଛି । ଚିକିତ୍ସା ନିମନ୍ତେ ବହୁ ଅର୍ଥ ବ୍ୟୟ କରି ମଧ୍ୟ ଭଲହୋଇ ପାରିନାହାନ୍ତି ଅନ୍ତର୍ଯ୍ୟାମୀ ।
  ଅର୍ଥର ଅଭାଵ ଯୋଗୁ ଚିକିତ୍ସା ପାଇଁ ଯାଇପାରୁନାହାନ୍ତି ଅନ୍ତର୍ଯ୍ୟାମୀ। ତେବେ ପ୍ରଶାସନିକ ସ୍ତରରେ ଯଦି କିଛି ଆର୍ଥିକ ସହାୟତା ଯୋଗାଇଦିଆଯାନ୍ତା ତେବେ ରୋଗରେ ପଡିଥିବା ଅନ୍ତର୍ଯ୍ୟାମୀ ଭଲହୋଇଯାନ୍ତେ ବୋଲି କାନ୍ଦିକାନ୍ଦି କହିଛନ୍ତି ତାଙ୍କ ମା। 90% ଭିର୍ଣକ୍ଷମ ସାଥୀପିକେଟ ଟିଏ ପାଇଥିବା ବେଳେ  ଭତା କି ଆବାସ ଘରଟିଏ ମିଳିନାହିଁ , ଭଙ୍ଗା ଚାଳ ଘରେ କଟୁଛି ଦିନ । ଏହି  ସମ୍ପର୍କରେ ବହୁବାର ସରପଞ୍ଚ ଙ୍କ ନିକଟକୁ ଦୌଡିଥିଲେ ମଧ୍ୟ୍ୟ ତାଙ୍କ ଆକୁଳ ନିବେଦନକୁ କେହି ଦୃଷ୍ଟି ନିକ୍ଷେପ କରୁନାହାନ୍ତି। ଏଥିସହ ବହୁବାର ବିଡ଼ିଓଙ୍କ ଦ୍ୱାରସ୍ତ ହୋଇଥିଲେ ମଧ୍ୟ ବିଡ଼ିଓ ମହାଶୟଙ୍କର ଦୃଷ୍ଟି ଅନ୍ତର୍ଯ୍ୟାମୀଙ୍କ ଆକୁଳ ନିବେଦନ ଉପରେ ପଡ଼ିନାହିଁ।ଏଠାରେ ପ୍ରଶ୍ନ ଉଠୁଛି ସରକାରଙ୍କର ଗରିବ କଲ୍ୟାଣ ଯୋଜନା କେତେଦୂର କାର୍ଯ୍ୟକାରି ହଉଛି ?? ତେଣୁ ଏ ଦିଗରେ ଜିଲ୍ଲାପାଳ ମହୋଦୟା ଦୃଷ୍ଟି ଦେବାପାଇଁ ଦାବୀହେଉଛି।
ରୋଗ ଶଯ୍ୟାରେ ପୀଡିତ ସାହାଯ୍ୟ ଚାହୁଁଛନ୍ତି। ଯଦି କୌଣସି ବଦାନ୍ୟ ବ୍ୟକ୍ତି କିମ୍ବା ଅନୁଷ୍ଠାନ କିଛି ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଏହି ନଂ ରେ ଯୋଗା ଯୋଗ କରିବାକୁ ଅନୁରୋଧ ।
Phone no: 8917341676
Ac no: 04180110010358(uco bank) 
Report- Niranjan Das

Related Posts

About The Author

Add Comment