ଭୁବନେଶ୍ୱର, ୨୧/୦୬/୨୦ (ସନ୍ଧାନ ନିଉଜ) : ସ୍ୱାମୀ ବିବେକାନନ୍ଦ ଯୁବ ସଂସଦ ପକ୍ଷରୁ ୨ୟ ଅନ୍ ଲାଇନ୍ ଭାଷଣମାଳା ଆୟୋଜିତ ହେଇଯାଇଅଛି । ଏଥିରେ ଇଣ୍ତୋ-ଚୀନ ସୀମା ବିବାଦ-ଅର୍ଥନୈତିକ ବିକଳ୍ପ ବିଷୟରେ ପଣ୍ତିଚେରୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଅମରେଶ ସାମନ୍ତରାୟ, ନେହୁ ବିଶ୍ୱବିଦ୍ୟାଳୟର ପ୍ରଫେସର୍ ଭାଗିରଥି ପଣ୍ତା ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଫେସର୍ ନେତାଜୀ ଅଭିନନ୍ଦନ ଉପସ୍ଥିତ ରହି ନିଜର ଅଭିମତ ଦେବା ସହିତ ଭାରତର ବିଭିନ୍ନ ପ୍ରାନ୍ତରୁ ଯୋଗଦେଇଥିବା ଯୁବପିଢିଙ୍କୁ ଉଦ୍ ବୁଦ୍ଧ କରିଥିଲେ । ପ୍ରାରମ୍ଭରେ ଅରୁଣ କୁମାର ତ୍ରିପାଠୀ ମଙ୍ଗଳାଷ୍ଟକ ପାଠ କରିଥିବା ସ୍ଥଳେ ଗୁପ୍ତେଶ୍ୱର ପଟେଲ ସଭା ସଂଯୋଜନା କରିଥିଲେ । ଅନୁଷ୍ଠାନର ଉପସଭାପତି ଡ. ରବି ନାରାୟଣ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ସ୍ଥଳେ ଗୌତମ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରତି ରବିବାର ଅପରାହ୍ନ ୩ ରୁ ୪.୩୦ ମଧ୍ୟରେ ଏଭଳି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଅନୁଷ୍ଠାନର ସଭାପତି ଡ. ଚିତ୍ତରଞ୍ଜନ ନାୟକ ଏକ ପ୍ରେସ୍ ବିବୃତ୍ତିରେ ସୂଚନା ପ୍ରଦାନ କରିଛନ୍ତି ଏବଂ ଏହି କାର୍ଯ୍ୟର ସଫଳତା ନିମିତ୍ତ ସର୍ବଶ୍ରୀ ଆଶିଷ କୁମାର ପ୍ରଧାନ,ପ୍ରିୟବ୍ରତ ଶତପଥି,ବିନାୟକ ଘୋଷ,ପ୍ରିୟବ୍ରତ ମିଶ୍ର, ଚିନ୍ମୟ ରଂଜନ କୁମାର, ବିଶ୍ୱେସ ମହାପାତ୍ର, କୈବଲ୍ୟପତି ମିଶ୍ର,ପାର୍ଥସାରଥି ସାହୁଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି। ସଭା ଶେଷରେ ସମେବେତ ଶାନ୍ତିପାଠ କରାଯାଇ ଜଗତ କଲ୍ୟାଣ କାମନା କରାଯାଇଥିଲା ।Report-Manas Rout
ସ୍ୱାମୀ ବିବେକାନନ୍ଦ ଯୁବ ସଂସଦ ପକ୍ଷରୁ ୨ୟ ଅନ୍ ଲାଇନ୍ ଭାଷଣମାଳା ଆୟୋଜିତ
|
June 21, 2020 |



