ଭିଜିଲାନ୍ସ ଜାଲରେ ପଡି ଲାଞ୍ଚୁଆ ପୋଲିସ ଏ.ଏସ.ଆଇ ଛଟପଟ

Spread the love

କଳାହାଣ୍ଡି , ୨୦/୦୬ (ସନ୍ଧାନ ନିଉଜ) କଳାହାଣ୍ଡି ଜିଲ୍ଲାରେ ବାରମ୍ବାର ଲାଞ୍ଚୁଆ ପୋଲିସ୍ ଅଧିକାରୀ ମାନେ ଧରା ପଡୁଥିଲେ ସୁଧୁରିନାହାନ୍ତି । ଗତକାଲି ସନ୍ଧ୍ୟାରେ ପୁଣି ଜଣେ ପୋଲିସ ଏ ଏସ ଆଇ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଂଚଳ ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ମହୁଲ ପାଟଣା ଫାଣ୍ଡି ରେ ଗତକାଲି ଜଣେ ଲାଞ୍ଚୁଆ ପୋଲିସ ଏ ଏସ ଆଇ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ସ୍ଥାନୀୟ ଅଞ୍ଚଳର ମହେଶ୍ୱର ସାଗର ଙ୍କ ଦୁର୍ଘଟଣା ଟ୍ରାକ୍ଟର କୁ ରିଲିଜ କରିବା ପାଇଁ ତାଙ୍କ ଠାରୁ ପାଂଚ ହଜାର ଟଙ୍କା ଲାଞ୍ଚ ନେଉ ଥିବା ବେଳେ ପୂର୍ବରୁ ଛକି ବସିଥିବା କଳାହାଣ୍ଡି ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଫାଣ୍ଡି ଏ ଏସ ଆଇ ମଳୟ ରଣା ଙ୍କୁ ଗିରଫ କରି କଳାହାଣ୍ଡି ଭିଜିଲାନ୍ସ ବିଭାଗ ଅଧିକ ପଚରା ଉଚୁରା କରୁଛି । ଭିଜିଲାନ୍ସ ଡ଼ିଏସପି ସତ୍ୟବାନ ମହନନ୍ଦ ତତ୍ୱାବଧାନ ରେ ଏହି ଚଢ଼ାଉ କରାଯାଇଥିଲା।ତେବେ ଏଠାରେ ସୂଚନାଯୋଗ୍ୟ ଯେ ଚଳିତ ମାସ ଛଅ ତାରିଖ ଦିନ ଥୁଆମୂଳ ରାମପୁର ଥାନାର ଜଣେ ଏ ଏସ ଆଇ ଭିଜିଲାନ୍ସ ହାତରେ ଧାରାପଡି ଥିବା ଲୋକେ ପାସୋରି ନଥିବା ବେଳେ ଅନୁରୂପ ପୋଲିସ ଏ ଏସ ଆଇ ଭିଜିଲାନ୍ସ ହାତରେ ଧରା ପଡିବା ବେଶ ଚଚ୍ଚର୍ରର ବିଷୟ ହୋଇଛି ।

Related Posts

About The Author

Add Comment