ଲଦାଖ: (ସନ୍ଧାନ ନ୍ୟୁଜ୍) ଭାରତ-ଚାଇନା ସୀମାରେ ଗୁଳି ବିନିମୟ । ଜଣେ କର୍ନଲ, ସମେତ ଭାରତର ୨୦ ଯବାନ ଶହୀଦ । ଭାରତ ଚାଇନା ସୀମାରେ ଦୀର୍ଘ ୫୩ ବର୍ଷ ପରେ ପୁଣି ଥରେ ଗୁଳି ବିନିମୟ ହୋଇଛି। ଏହି ଘଟଣାରେ ଜଣେ କର୍ନଲ ଏବଂ ୨୦ ଜଣ ଯବାନ ଶହୀଦ ହୋଇଛନ୍ତି। ସୋମବାର ରାତିରେ ଲଦାଖର ଗାଲଓ୍ବାନ ବୈଲିରେ ଦୁଇପକ୍ଷ ମୁହାଁମୁହିଁ ହୋଇଥିଲେ। ୧୯୬୭ ପରେ ସୀମାରେ ଭାରତ ଏବଂ ଚାଇନା ମଧ୍ୟରେ ଗୁଳି ବିନିମୟ ହୋଇ ନ ଥିଲା। ତେବେ ପୁଣି ଏହାର ପୁନରାବୃତ୍ତି ହୋଇଛି ସୂଚନାଯୋଗ୍ୟ, ଦୀର୍ଘଦିନ ଧରି ସୀମାକୁ ନେଇ ଦୁଇଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଅନ୍ୟ ପଟରେ ଚାଇନାର ୪୩ ସୈନ୍ୟ ମୃୃୃତ୍ୟୁବରଣ କରିଛନ୍ତି ବୋଲି ସୂଚନା ମିଳିଛି ।
ଭାରତ-ଚାଇନା ସୀମାରେ ଗୁଳି ବିନିମୟ: ଜଣେ କର୍ନଲ, ସମେତ ଭାରତର ୨୦ ଯବାନ ସହୀଦ
|
June 16, 2020 |
![](https://sandhannews.com/wp-content/uploads/2019/04/BREAKING-NEWS-SANDHAN.png)