ବାତ୍ୟ ଅମ୍ପାନରେ ଭାଙ୍ଗିଛି ଘର, ସହାୟତା ଦାବି କଲେ ସମିତିସଭ୍ୟ

Spread the love

ଧର୍ମଶାଳା, ୨୬/୦୫ (ସନ୍ଧାନ ନିୟୁଜ) : ବାତ୍ୟା ଅମ୍ପାନରେ ପ୍ରଭାବରେ ଯାଜପୁର ଜିଲ୍ଲାର ଆଂଶିକ କ୍ଷତି ହୋଇଥିବା ବେଳେ ଏପ୍ରର୍ଯ୍ୟନ୍ତ ଏହାର  ଆକଳନ କରିନାହିଁ ଜିଲ୍ଲାପ୍ରଶାସନ । ଫଳରେ ଯେଉଁ ଗରିବ ଲୋକଙ୍କ ଘରଦ୍ୱାରା କ୍ଷତି ହୋଇଛି ସେମାନେ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତକରିବା ସହିତ ସହାୟତା ପାଇଁ ଦାବି କରିଛି । ଧର୍ମଶାଳା ବ୍ଲକ ପାଟପୁର ପଂଚାୟତର ଚୋକଡା ଗ୍ରାମର ଅଭିମନୁ୍ୟ ନାୟକ, ଗୋପିନାଥ ସାହୁ, କାହ୍ନୁଚରଣ ବେହେରା, ସୁଖଦେବ ବେହେରା ଏବଂ ପାଟପୁର ଗ୍ରାମର କାମିନି ବେହେରାଙ୍କ ଚାଳଛପର ଘର ଭାଙ୍ଗିଯାଇଛି । ଏହାର  ତନଖି କରିବାକୁ ସମ୍ପୁକ୍ତ ବ୍ୟକ୍ତିଙ୍କ ପକ୍ଷରୁ ତହସିଲଦାର ଏବଂ ଆରଆଇଙ୍କ ଜଣାଇଥିଲେ ମଧ୍ୟ ଏପ୍ରର୍ଯ୍ୟନ୍ତ ଏହାର ତଦନ୍ତ କରାଯାଇନାହିଁ । ଫଳରେ ଗ୍ରାମବାସୀ ମାନେ ବିଜୁ ଜନତା ଦଳର ସଭାପତି ଅକ୍ଷୟ ସାହୁ ଏବଂ  ପାଟପୁର ସମିତସଭ୍ୟ ସୁବ୍ରତ ଧଳଙ୍କ ଏହି ବିଷୟରେ ଜଣାଇଥିଲେ । ଫଳରେ ଶ୍ରୀ ସାହୁ ଏବଂ ଶ୍ରୀ ଧଳ ସମ୍ପୁକ୍ତ ବ୍ୟକ୍ତିଙ୍କ ଘର ପରିବାରକୁ ଭେଟିବା ସହିତ ଏହି ବିଷୟରେ ତହସିଲ ଏବଂ ଜିଲ୍ଲାପ୍ରଶାସନକୁ ଜଣାଇଥିଲେ । ତେବେ ତହସିଲଦାର ସେଠାରେ ଜଣେ ନୂତନ ଆରଆଇଙ୍କ ତଦନ୍ତ କରିବାକୁ କୁହାଯାଇଛି ବୋଲି ସୂଚନା ଦେଇଥିଲେ । ତେବେ ଏହାର ତଦନ୍ତ ଏପ୍ରର୍ଯ୍ୟନ୍ତ ହୋଇନଥିବା ସହିତ ସେମାନଙ୍କୁ ସହାୟତା କରାଯାଇନହିଁ । ତୁରନ୍ତ କ୍ଷତିଗ୍ରସ୍ତ ପରିବାକୁ ସହାୟତା ଦେବାକୁ  ସମିତିସଭ୍ୟ ଶ୍ରୀ ଧଳ ଦାବି କରିଛନ୍ତି ।

Related Posts

About The Author

Add Comment