କରୋନାରେ ଜଣଙ୍କ ମୃତ୍ୟୁ; ଆଉ ୫୧ ନୂଆ ଆକ୍ରାନ୍ତ

Spread the love

 ଭୁବନେଶ୍ୱର, ୨୧/୦୫ (ସନ୍ଧାନ ନିଉଜ) ରାଜ୍ୟରେ କରୋନା ଆଉ ଏକ ମୁଣ୍ଡ ନେଇଛି। ମୃତକ ହେଉଛନ୍ତି ଗଞ୍ଜାମ ଜିଲ୍ଲାର। ସୁରାତ ଫେରନ୍ତା। ୮୫ ବର୍ଷୀୟ ବୃଦ୍ଧ। ତାଙ୍କର ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ଥିଲା ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

 ୨୧/୦୫ (ସନ୍ଧାନ ନିଉଜ) ତେବେ ରାଜ୍ୟରେ ପୁଣି ଗୁରୁବାର ସକାଳେ ୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩ରେ ପହଞ୍ଚିଛି। ଏନେଇ ସ୍ବାସ୍ଥ୍ୟ ଓ କଲ୍ୟାଣ ବିଭାଗ ବକ୍ଷରୁ ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୩୪୩ ଜଣ ସୁସ୍ଥ ହୋଇସାରିଥିବା ବେଳେ ୭୫୩ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ମୋଟ ୭ ଜଣଙ୍କ ମୃତ୍ୟୁ ଘଟିଛି। ଆଜି କରୋନାରେ ମୃତ୍ୟୁ ଘଟିଥିବା ଆକ୍ରାନ୍ତଜଣକ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି। ଗଞ୍ଜାମରେ ପୂର୍ବରୁ ୨ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ ଏହି ସଂଖ୍ୟା ୩ ଛୁଇଁଛି।

ଆକ୍ରାନ୍ତଙ୍କ ମଧ୍ୟରୁ କଳାହାଣ୍ଡି ଜିଲାରୁ ୧୧ ଜଣ, ନୟାଗଡ଼ ଜିଲ୍ଲାରୁ ୧୧ ଜଣ, ଗଞ୍ଜାମ ଜିଲାରୁ ୪, ଯାଜପୁର ଜିଲାରୁ ୫, କଟକ ଜିଲାରୁ ୯, ଜଗତସିଂହପୁର ଜିଲାରୁ ୨, ଅନୁଗୋଳ ଜିଲାରୁ ୨, ମୟୂରଭଞ୍ଜ ଜିଲାରୁ ୩, ସମ୍ବଲପୁର ଜିଲାରୁ ୨ ଏବଂ ମାଲକାନଗିରିରୁ ଜଣେ ଏବଂ ପୁରୀ ଜିଲାରୁ ଜଣେ ଚିହ୍ନଟ ହୋଇଛନ୍ତି।

ତେବେ ସୂଚନା ଅନୁଯାୟୀ, ୫୧ ଜଣଙ୍କ ମଧ୍ୟରୁ ୪୮ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରର ଥିବା ବେଳେ ୩ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ସ୍ୱାସ୍ଶ୍ୟ ବିଭାଗ ସୂଚନା ଦେଇଛି।

ମାଲକାନଗିରି ଜିଲ୍ଲାରେ ଗତକାଲି ଦୁଇଜଣ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ଜଣେ ନୂଆ କୋରନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି ଏହାକୁ ଲଗାଇ ଗୋଟିଏ ପରିବାରର ୩ଜଣ ଚିହ୍ନଟ ହୋଇଛନ୍ତି।

Related Posts

About The Author

Add Comment