20:05.2020: ବୌଦ୍ଧରେ ସର୍ବାଧିକ କରୋନା ଆକ୍ରାନ୍ତ ; ମୋଟ ୩୩ କୁ ବୃଦ୍ଧି

Spread the love

ବୌଦ୍ଧ, ୨୦/୦୫ (ସନ୍ଧାନ ନିଉଜ): ରାଜ୍ୟରେ ଆଜି ପୁଣି ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨କୁ ବୃଦ୍ଧି ପାଇଛି। ତେବେ ବୌଦ୍ଧ ଜିଲ୍ଲାରୁ ଆଜି ଆଜି ୨୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଜିଲ୍ଲାରେ ମୋଟ ଟେଷ୍ଟ ୪୯୬ ହୋଇଥିବା ବେଳେ ଆଜିର ୨୮ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହୋଇଛି।

ସୂଚନାଯୋଗ୍ୟଯେ, ଆଜି ରାଜ୍ୟରେ ବୌଦ୍ଧ ଜିଲ୍ଲା ବ୍ୟତୀତ ପୁରୀ ଜିଲ୍ଲାରୁ ୧୧, କଟକ ଜିଲ୍ଲାରୁ ୯, ଖୋର୍ଦ୍ଧା ଜିଲ୍ଲାରୁ ୭, ଗଞ୍ଜାମ ଜିଲ୍ଲାରୁ ୬, ଯାଜପୁର ଜିଲ୍ଲାରୁ ୬, କେନ୍ଦ୍ରାପଡା ଜିଲ୍ଲାରୁ ୨, ମାଲକାନଗିରି ଜିଲ୍ଲାରୁ (ନୂଆ) ୨, ବାଲେଶ୍ୱର ଜିଲ୍ଲାରୁ ୧, ଢେଙ୍କାନାଳ ଜିଲ୍ଲାରୁ ୧, କନ୍ଧମାଳ ଜିଲ୍ଲାରୁ ୧। ଏମାନଙ୍କ ମଧ୍ୟରୁ ୭୨ଜଣ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଛନ୍ତି। ଅନ୍ୟ ୨ଜଣ ଲୋକାଲ୍ କେସ୍ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ରାଜ୍ୟରେ ପ୍ରଥମଥର ପାଇଁ ମାଲକାନାଗିରି ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସଂକ୍ରମିତ ଜିଲ୍ଲା ସଂଖ୍ୟା ୨୪କୁ ବୃଦ୍ଧି ପାଇଛି।

ଏହା ବ୍ୟତୀତ ଦୁଃଖର ଖବର ଏହାଯେ, ରାଜ୍ୟରେ ଆଉ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ଏବଂ ମୃତକଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି। କରୋନାରେ ପ୍ରାଣ ହରାଇଥିବା ଷଷ୍ଠ ବ୍ୟକ୍ତି ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର। ତାଙ୍କୁ ୭୦ ବର୍ଷ ହୋଇଥିଲା। ସେ ଭୁବନେଶ୍ୱର ଏମ୍ସରେ ଆଡମିଟ ହୋଇଥିଲେ।

ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଟପି ଯାଇଛି। ଏବେ ରାଜ୍ୟରେ ୩୦୭ ସୁସ୍ଥ ହୋଇସାରିଛନ୍ତି। ୭୩୯ ଜଣ ଚିକିତ୍ସାଧୀନ ଥିବା ବେଳେ ୬ ଜଣଙ୍କ ମୃତ୍ୟୁ ଘଟିଛି।

Related Posts

About The Author

Add Comment