ପୋଲିସର ମନମୁଖୀ କାର୍ଯ୍ୟକୁ ବିରୋଧ
ରାଉରକେଲା ୦୭/୦୫ (ସନ୍ଧାନ ନିଉଜ): ରାଉରକେଲା କଣ୍ଟେନମେଣ୍ଟ ଜୋନରେ ପୋଲିସର ମନମୁଖୀ କାର୍ଯ୍ୟ ପାଇଁ ପୁଣି ଶତାଧିକ ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି । କଣ୍ଟେନମେଣ୍ଟ ନିୟମ ଭାଙ୍ଗି ପୋଲିସ ଦ୍ବାରା କରାଯାଇଥିବା ବ୍ୟାରିକେଡ ନିକଟକୁ ଆସିବା ସହ ପୋଲିସ ସହ ଯୁକ୍ତି କରିଥିଲେ । ପୋଲିସ ସେମାନଙ୍କୁ ବୁଝାସୁଝା କରିବା ସହ ଅଧିକ ପୋଲିସ ଫୋର୍ସ ମୁତୟନ କରାଯିବା ପରେ ପରିସ୍ଥିତିରେ ଶାନ୍ତ ପଡିଥିଲା ।ପ୍ଲାଣ୍ଟସାଇଟ ଅଞ୍ଚଳରେ ପୋଲିସ ସାଧାରଣ ଆବଶ୍ୟକୀୟ ସାମଗ୍ରୀ ଛାଡୁ ନଥିବା ଅଭିଯୋଗ କରିଛନ୍ତି ସାଧାରଣ ଲୋକେ । ସେମାନେ ବହୁତ ସମୟ ପୋଲିସ ସହ ଯୁକ୍ତି ତର୍କ କରିଥିବା ଦେଖିବାକୁ ମିଳିଥିଲା ।
Related Posts
About The Author