ମିଳୁନି ଔଷଧ ସମସ୍ୟାରେ ମଧୁମେହ ରୋଗୀ

Spread the love

ବାଲିଗୁଡା, ୦୧/୦୫/୨୦ (ସନ୍ଧାନ ନିଉଜ) : ସମଗ୍ର ବିଶ୍ୱ ରେ ମହାମାରୀ କରୋନା ବ୍ୟାପୁଥିବା ଯୋଗୁଁ ଲକ ଡାଉନ ପରିସ୍ଥିତି ଉପୁଜିଛି l ଯାହା କି, ସାମ୍ପ୍ରତିକ ପରିବେଶରେ ମଧୁମେହ ରୋଗୀଭଳି ବିଭିନ୍ନ ରୋଗୀ ମାନେ ନାହିଁ ନ ଥିବା ସମସ୍ୟାରେ ପଡ଼ିଛନ୍ତି। ସମଗ୍ର କନ୍ଧମାଳ ଜିଲ୍ଲା ସମେତ ବାଲିଗୁଡା ଅଞ୍ଚଳରେ ମଧୁମେହ ଔଷଧ ମିଳୁନାହିଁ। ଏହା ସହିତ କେତେକ ସ୍ଥାନରେ ଅତିରିକ୍ତ ମୂଲ୍ୟ ମଧ୍ୟ ନିଆଯାଉଛି। ସେହିପରି ଏହି ଔଷଧରେ ପୂର୍ବରୁ ୨୦% କିମ୍ବା ୩୦% ଛାଡ଼ ଦିଆଯାଉଥିଲେ ସୁଦ୍ଧା ତାହା ବର୍ତ୍ତମାନ ମିଳୁନାହିଁ, ଯାହାକୁ ନେଇ ଅନେ‌କ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ସହିତ ନିର୍ଦ୍ଦିଷ୍ଟ କମ୍ପାନୀ ଔଷଧ ମିଳୁନାହିଁ। ଅନ୍‌ଲାଇନ୍‌ରେ ଔଷଧ ଅର୍ଡର ଦିଆଯାଉଥିଲେ ସୁଦ୍ଧା ସମସ୍ୟା ଦେଖାଦେଇଛି, ଯାହାକୁ ନେଇ ଅନେକେ ଚିନ୍ତାରେ ପଡ଼ିଛନ୍ତି। ବିଶେଷ କରି ଭିନ୍ନ କମ୍ପୋଜିସନ୍‌ର ଔଷଧ କ୍ରୟ ପାଇଁ ରୋଗୀମାନେ ବାଧ୍ୟ ହୋଇଛନ୍ତି। ୧୫ବର୍ଷ ଧରି ମଧୁମେହ ରୋଗରେ ପୀଡ଼ିତ ଥିବା କେତେକ ରୋଗୀ ସେମାନଙ୍କ ପ୍ରେସ୍‌କ୍ରିପ୍‌ସନ ଦେଖାଉଥିଲେ ସୁଦ୍ଧା ଔଷଧ ପାଉ ନାହାଁନ୍ତି। ତେଣୁ ଏହାକୁ ନେଇ ସମସ୍ୟା ସୃଷ୍ଟି ହୋଇଛି। ସରକାରୀ ଭାବେ ଔଷଧ ଯୋଗାଣ ନେଇ ବହୁମୁଖୀ ଘୋଷଣା କରାଯାଇଥିଲେ ମଧ୍ୟ ସେଥିରେ ସମସ୍ୟା ଦେଖା ଦେଇଥିବାରୁ ରୋଗୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।ଏ ନେଇ ବ୍ରହ୍ମପୁର ମେଡିକାଲ ପ୍ରଫେସର ଡକ୍ଟର ପ୍ରଫୁଲ୍ଲ କୁମାର ମିଶ୍ର ଏହି ବିଷୟରେ କହିଛନ୍ତି ଯେ, ଗୋଟିଏ କମ୍ପୋଜିସନ୍‌ର ଦୁଇ ପ୍ରକାର ଔଷଧ ମଧ୍ୟରୁ କାର୍ଯ୍ୟକାରୀତା ନେଇ ପାର୍ଥକ୍ୟ ହେବା କଥା ନୁହେଁ, କିନ୍ତୁ କେତେକ କ୍ଷେତ୍ରରେ ବ୍ୟତିକ୍ରମୀ ଦେଖାଯାଉଛି ବୋଲି ଅଭିଯୋଗ ହେଉଛି। ବାସ୍ତବ ଦୃଷ୍ଟିରୁ ଯଦି ନିର୍ଦ୍ଦିଷ୍ଟ କମ୍ପାନୀର ଔଷଧ ନ ମିଳେ ତେବେ ଅନ୍ୟ କମ୍ପାନୀର ସମ କମ୍ପୋଜିସନ୍‌ ଔଷଧ କ୍ରୟ କରିବାକୁ ହେବ। ଏହି କ୍ଷେତ୍ରରେ ବିବେଚନାମୂଳକ କାର୍ଯ୍ୟ କରାଯିବା ଉଚିତ୍‌। ସେହିପରି ମେଡ଼ିକାଲ ର ଡକ୍ଟର ହରି ହର ସେଠୀ କହିଛନ୍ତି ଯେ ବର୍ତ୍ତମାନ ପରିବେଶରେ ଭିନ୍ନ କମ୍ପାନୀର ଔଷଧ କ୍ରୟ କରିବା ପରେ ଡାକ୍ତରଙ୍କ ସହିତ ଟେଲିଫୋନ୍‌ରେ ମତାମତ ନେବା ଜରୁରୀ ହୋଇଛି। ସେହିପରି ଭିନ୍ନ କମ୍ପୋଜିସନ୍‌କୁ ଆଦରି ନେବା ନିଜ ପକ୍ଷରେ ସିଦ୍ଧାନ୍ତ ନେବା ଉଚିତ୍‌ ନୁହେଁ। ବର୍ତ୍ତମାନ ଯେହେତୁ ଚିକିତ୍ସା କେନ୍ଦ୍ରରେ ସହଜ ଭାବେ ଚିକିତ୍ସା ହେବା କଠିନ ହେଉଛି, ତେଣୁ ସୁନିର୍ଦ୍ଦିଷ୍ଟ ଔଷଧ ପ୍ରସଙ୍ଗରେ ନିଜକୁ ସଚେତନ କରିବା ଆବଶ୍ୟକ।ଔଷଧ ଦୋକାନର ବିକ୍ରେତା ମାନେ ମଧ୍ୟ ଚିକିତ୍ସକଙ୍କ ସହିତ ଆଲୋଚନା କରି ବିକଳ୍ପ ଔଷଧ ବିକ୍ରି କରିବା ଉଚିତ୍‌। ସର୍ବୋପରି କ୍ରେତାଙ୍କ ଅନିଚ୍ଛାରେ କୌଣସି ଔଷଧ ଦେବା ଅନୁଚିତ। ଏହା ସହିତ ଯେଉଁ ରୋଗୀଙ୍କୁ ଔଷଧ ଦିଆଯାଉଛି, ସେମାନଙ୍କ ମୋବାଇଲ୍‌ ନମ୍ବର ମଧ୍ୟ ବର୍ତ୍ତମାନ ପରିସ୍ଥିତିରେ ଲେଖି ରଖିବା ଉଚିତ୍‌। ବିଶେଷ କରି ରାଜ୍ୟ ସରକାର ଏହି ବିଷୟରେ ସ୍ବତନ୍ତ୍ର ଗାଇଡ଼୍‌ ଲାଇନ୍ ତିଆରି କରିଛନ୍ତି, ତେଣୁ ଏହି ବିଷୟରେ ନୀତିଗତ ଭାବେ ପଦକ୍ଷେପ ନେବା ଜରୁରୀ।

Related Posts

About The Author

Add Comment