କରୋନା ଯୁଦ୍ଧରେ ହାରିଗଲେ ଆଶା କର୍ମୀ ନିର୍ମଳା

Spread the love

ସୁନ୍ଦରଗଡ଼,୨୭/୦୪ (ସନ୍ଧାନ ନିଉଜ) ବାଲିଶଙ୍କରା ବ୍ଲକ ଅନ୍ତର୍ଗତ କୁସୁମୁରା ପଞ୍ଚାୟତ ର କାଂକେରଯୋରା ଗ୍ରାମର ଆଶା କର୍ମୀ ନର୍ମଳା ସରେଙ୍ଗ ଗତ ୨୦ ବର୍ଷରୁ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର କିଂଜିରକେଲା ଅଧିନରେ କାମ କରିଆସିଛନ୍ତି। ମହାମାରୀ ହେବାର ପ୍ରାରମ୍ଭରୁ ବାହାର ରାଜ୍ୟରୁ ଆସିଥିବା ଓ ଆସିବାକୁ ଥିବା ଯୁବକ ଙ୍କ ସୁଚନା ପଞ୍ଚାୟତ କୁ ଦେବା ସଂଗେ ସଂଗେ କରୋନା ମୁକାବିଲା କାର୍ଯ୍ୟକ୍ରମ ରେ ଦିନ ରାତି ଲାଗିଥିଲେ। ସ୍ବାସ୍ଥ୍ୟ କର୍ମୀ ଓ ଅଧିକାରୀଙ୍କ ନିର୍ଦେଶ ଅନୁସାରେ ବିଜକୁ ନିୟୋଜିତ କରି ପ୍ରଶଂସାର ପାତ୍ର ହୋଇଥିଲେ। ଗତ ୨୨ମାର୍ଚରୁ ଲଗାତର ପରିଶ୍ରମ କରୁଥିବାରୁ  ଚାପଗ୍ରସ୍ତ  ଯୋଗୁଁ ଗତ ୨୪ତାରିଖ ଦିନ ଉଚ୍ଚ ରକ୍ତଚାପ ହେତୁ ଅସୁସ୍ଥ ହୋଇ ପଡିଲେ। ତାଙ୍କୁ ସୁନ୍ଦରଗଡ ବଡ ଡାକ୍ତରଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।  ପରେ  ବୁର୍ଲାରେ ଚିକିତ୍ସିତ ହେଉଥିଲେ। ତାଙ୍କର ବ୍ରେନ ହେମରେଜ ଜଣାହେଲାପରେ ଅପରେସନ ପାଇଁ ଯୋଜନା ହୋଇଥିଲା। କିନ୍ତୁ ୨୬ ତାରିଖଦିନ କୋମା ଅବସ୍ଥାରେ ସେଠାରୁ ରିଲିଫ କରିଦିଆଗଲା ା ସେ ଗାଁରେ କୋମା ରେ ଥିବା ବେଳେ ବିଜେପି ନେତା ଡା ହିମାଂଶୁ ଷଡ଼ଙ୍ଗୀ ଙ୍କ ହସ୍ତକ୍ଷେପ ପରେ ସିଡିଏମଓଙ୍କ ସହଯୋଗରେ କଟକ ବଡ ମେଡିକାଲକୁ ପଠାଯିବାର ଯୋଜନା କରାଯାଉଥିଲା । ଆଜି ସନ୍ଧ୍ୟାରେ ରେ ତାଙ୍କୁ ସୁନ୍ଦରଗଡ ଡାକ୍ତରଖାନା କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଅଣା ଯାଇଥିଲା କଟକ ସ୍ଥାନାନ୍ତରିତ କରାଯିବା ପୂର୍ବରୁ ସୁନ୍ଦରଗଡ଼ ହେଡ୍ କ୍ୱାର୍ଟର ହସ୍ପିଟାଲରେ ଆଜି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ନିଜ ଜୀବନକୁ କରୋନା ଯୋଦ୍ଧା ହିସାବରେ ସମର୍ପଣ କରିଥିବା ଆଶା ଦିଦି ନିର୍ମଳାର ପରିବାର ଙ୍କୁ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ହୋଇଛି। Report- S Nayak

Related Posts

About The Author

Add Comment