ଅନଲାଇନ ଲୁଡୁ ଖେଳ ହେଲା କାଳ, ଲୁଡୁ ଖେଳରେ ସ୍ତ୍ରୀ ଠାରୁ ହାରିବାରୁ ପିଟିକି ଅଣ୍ଟା ଭାଙ୍ଗିଦେଲା ସ୍ୱାମୀ

Spread the love

 ଭୁବନେଶ୍ୱର, ୨୭/୦୪ (ସନ୍ଧାନ ନିଉଜ) ଲକଡାଉନ ସମୟରେ ଅନଲାଇନ୍ ଲୁଡୋ ଖେଳ ଆଜିକାଲି ପରିବାରମାନଙ୍କ ପାଇଁ ଏକ ସମୟ ଅତିବାହିତ ଏବଂ ମନୋରଞ୍ଜନର ମାଧ୍ୟମ ପାଲଟିଛି | ହେଲେ ଗୁଜୁରାଟର ଭଦୋଦରାଠାରେ ଏହା ଏକ ପରିବାର ପାଇଁ ଅସନ୍ତୋଷ କାରଣ ସାଜିଛି । ଅନଲାଇନ୍ ଲୁଡୋ ଖେଳରେ, ଜଣେ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ପରାସ୍ତ କରିବାରୁ ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଛି ତେବେ କଥା କେବଳ ଝଗଡାରେ ସୀମିତ ରହିନଥିଲା, ସ୍ୱାମୀର ମାଡରେ ପତ୍ନୀର ଅଣ୍ଟା ହାଡ ଭାଙ୍ଗିଯାଇଥିବା ଜଣାପଡିଛି, ମାମଲା ଗୁରୁତର ହେବାରୁ ପତ୍ନୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

181 ଅଭୟ ହେଲ୍ପଲାଇନରେ ଅଭିଯୋଗ ପରେ ଏହି ମାମଲା ସାମ୍ନାକୁ ଆସିଥିଲା। ଏହି ମାମଲାର କାଉନସେଲିଂ କରୁଥିବା ଅଧିକାରୀ ଜଣକ କହିଛନ୍ତି ଯେ 24 ବର୍ଷ ବୟସ୍କା ମହିଳା ଭେମାଲିର ବାସିନ୍ଦା। ସେ ଘରେ ଛୋଟ ଛୋଟ ପିଲାଙ୍କୁ ଟ୍ୟୁସନ କରନ୍ତି | ତାଙ୍କ ସ୍ୱାମୀ ଏକ ଇଲେକ୍ଟ୍ରୋନିକ୍ କମ୍ପାନୀରେ କାମ କରନ୍ତି | ଆଜିକାଲି ଲକଡାଉନ କାରଣରୁ ତାଙ୍କ ସ୍ୱାମୀ ଘରେ ରୁହୁଥିଲେ | ଲକଡାଉନ ଚାଲିଥିବାରୁ ଘରେ ବସି ବସି ଦୁହେଁ ବୋର ହୋଇପଡିଥିଲେ ପରେ ଅନାଲିରେ ଲୁଡୁ ଖେଳିବା ଆରମ୍ଭ କରିଥିଲେ ଉଭୟ ପତି ପତ୍ନୀ।

ତେବେ ପତ୍ନୀ ଏହି ଖେଳରେ କ୍ରମାଗତ ତିନିରୁ ଚାରି ରାଉଣ୍ଡ ସ୍ୱାମୀଙ୍କୁ ପରାସ୍ତ କରିଦେଇଥିଲେ । ବାରମ୍ବାର ପରାଜୟ ପରେ କ୍ରୋଧିତ ସ୍ୱାମୀ ପତ୍ନୀଙ୍କ ସହ ଝଗଡା କରିବାକୁ ଲାଗିଲେ। ଦୁହିଁଙ୍କ ମଧ୍ୟରେ ଝଗଡା ଏତେ ବଢିଗଲା ଯେ ଆକ୍ରମଣ ପର୍ଯ୍ୟନ୍ତ କଥା ପହଁଞ୍ଚିଥିଲା | ସ୍ୱାମୀ ପତ୍ନୀଙ୍କୁ ଏତେ ମାଡ ମାରିଥିଲେ ଯେ ତାଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିଲା। ପରେ ଭୁଲ୍ ଜାଣି ସ୍ୱାମୀ ପତ୍ନୀଙ୍କୁ ଡାକ୍ତରଖାନା ନେଇଥିଲେ।

ପତ୍ନୀ ହସ୍ପିଟାଲରୁ ସ୍ୱାମୀଙ୍କ ଘରକୁ ଯିବାକୁ ମନା କରିଦେଇଥିଲେ। ତେବେ କାଉନସେଲିଂ କରୁଥିବା ଅଧିକାରୀ ବୁଝାସୁଝା କରିବା ପରେ ତାଙ୍କ ସ୍ୱାମୀ ତାଙ୍କୁ କ୍ଷମା ମାଗିଥିଲେ ଏବଂ ସେ ତାଙ୍କ ସହ ଘରକୁ ଯିବାକୁ ରାଜି ହୋଇଥିଲେ। ପ୍ରକଳ୍ପ ସଂଯୋଜକ ଚନ୍ଦ୍ରକାନ୍ତ ମାକୱାନା କହିଛନ୍ତି ଯେ ଯଦି ତାଙ୍କ ପତି ଏହାପରେ ତାଙ୍କ ଉପରକୁ ହାତ ଉଠାନ୍ତି ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାମୀଙ୍କୁ ଚେତାବନୀ ଦିଆଯାଇଥିବା ଜଣାପଡିଛି ।

Related Posts

About The Author

Add Comment