ଭଦ୍ରକ, ୯/ ୭ (ସନ୍ଧାନ ନିୟୁଜ): ୨୦୧୨ ମସିହାରେ ଛତୁ ଫୁଟିବା ପରି ଚିଟ୍ଫଣ୍ଡ କଂପାନୀ ବିଭିନ୍ନ ସ୍ଥାନରେ ଖୋଲି ସାଧାରଣ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ କୋଟି କୋଟି ଟଙ୍କା ଶୋଷଣ କରିଥିଲେ। ସରକାର ଏହି ଚିଟ୍ଫଣ୍ଡ ସଂସ୍ଥାଗୁଡିକ ଉପରେ ଅଙ୍କୁଶ ଲଗାଇବା ସହ ବହୁ ଚିଟ୍ଫଣ୍ଡ ସଂସ୍ଥାର କର୍ମକର୍ଚାରୀଙ୍କୁ ଗିରଫ ମଧ୍ୟ କରିଛନ୍ତି। ସେହିପରି ଭଦ୍ରକ ଜିଲା ସଦର ମହକୁମା ବନ୍ତ ଛକ ବସଷ୍ଟାଣ୍ଡ ନିକଟରେ ଖୋଲିଥିବା ଏକ ଚିଟଫଣ୍ଡ କଂପାନୀ କର୍ମକର୍ତାଙ୍କୁ ଜମାକାରୀମାନେ ନିଜର ଜମା ଅର୍ଥ ପ୍ରଦାନ କରିଥିଲେ। ଏବେ ତାଙ୍କୁ ଜମା ଅର୍ଥ ଫେରସ୍ତ ମାଗିବାରୁ ଓଲଟି ଜମାକାରୀଙ୍କୁ ଗାଳିଗୁଲଜ ସହ ଧମକଚମକ ଦେଉଛନ୍ତି ବୋଲି ଜମାକାରୀମାନେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଭଦ୍ରକ ସହରର ବନ୍ତ ଛକ ବସଷ୍ଟାଣ୍ଡ ନିକଟରେ ‘ଜନ୍ମଭୂମି ବିଲ୍ଡିଂସ ଏଫ ଇଷ୍ଟେଟ୍ସ ଇନଫ୍ରା ଲିମିଟେଡ’ ନାମକ ଏକ ଅର୍ଥ ଲଗାଣକାରୀ ସଂସ୍ଥା ଗତ କିଛି ବର୍ଷ ହେବ ଖୋଲା ଯାଇଥିଲା। ଉକ୍ତ ଜମାକାରୀ ସଂସ୍ଥା ଲୋକଙ୍କୁ ଆକର୍ଷଣୀୟ ସୁଧର ଲୋଭ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଜମା ଆକାରରେ ନେଇଥିଲା। ସରକାରୀ କଟକଣା ଯୋଗୁଁ ଗତ ୨୦୧୩ ମସିହା ଏପ୍ରିଲ ୧୦ ତାରିଖରୁ ଏସବୁ କଂପାନୀର କାର୍ଯ୍ୟାଳୟ ବନ୍ଦ ହୋଇଯିବାରୁ ଜମାକାରୀମାନେ କଂପାନୀର ମାଲିକ, ଅଧିକାରୀ ବା କର୍ମ·ରୀଙ୍କ ଖୋଜି ଖବର ପାଇ ନଥିଲେ। ମାତ୍ର ଲୁଚାଣିଆ ଭାବେ ସେମାନେ କଂପାନୀ ଚଳାଉଥିବା ଖବର ପାଇଥିଲେ। ଏହି କଂପାନୀର ପରି·ଳନା ନିର୍ଦ୍ଦେଶକ, ଭଣ୍ଡାରିପୋଖରୀ ଅଞ୍ଚଳର ସରୋଜ କୁମାର ରାଉଳଙ୍କୁ ଜମାକାରୀମାନେ ଭେଟି ଜମା ଟଙ୍କା ଫେରସ୍ତ ପାଇଁ କହିଥିଲେ। କଂପାନୀ ସେମାନଙ୍କ ପାଇଁ ସୁବିଧା କରୁଛି ଏବଂ ସେମାନଙ୍କର ସମସ୍ତ ଟଙ୍କା ଯଥା ସମୟରେ ଫେରାଇ ଦିଆଯିବ ବୋଲି କହି ସେ ଜମାକାରୀଙ୍କୁ ଫେରାଇ ଦେଇଥିଲେ। ଏଥିରେ ଅହେତୁକ ବିଳମ୍ବ ହେବାରୁ ଜମାକାରୀମାନେ ଟଙ୍କା ଫେରାଇବା ପାଇଁ ତାଙ୍କୁ ବାଧ୍ୟ କରୁଥିଲେ। ମାତ୍ର ସେ ତାଙ୍କ କଥାକୁ କର୍ଣ୍ଣପାତ ନକରି ଉତ୍କ୍ଷିପ୍ତ ହୋଇ ସେମାନଙ୍କୁ ଦୁର୍ବ୍ୟବହାର କରିଥିବାର ଜମାକାରୀମାନେ ପ୍ରକାଶ କରିଛନ୍ତି। ତେବେ ଇତି ମଧ୍ୟରେ ଜମାକାରୀ ଜଗବନ୍ଧୁ ସାହୁ, ବାସନ୍ତି ସାହୁ, ଆନନ୍ଦମୟୀ ସାହୁ, ନିରୋଦ କୁମାର ସାହୁ ଓ ·ରୁବାଳା ସାହୁଙ୍କର ମୋଟ ୧ ଲକ୍ଷ ୬୯ ହଜାର ଟଙ୍କା ମଧ୍ୟରୁ ମାତ୍ର ୧୫ ହଜାର ଟଙ୍କା ଶ୍ରୀ ରାଉଳ ଫେରସ୍ତ କରିଥିବାବେଳେ ଅବଶିଷ୍ଟ ୧ ଲକ୍ଷ ୫୪ ହଜାର ଟଙ୍କା ଫେରାଇ ନାହାନ୍ତି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଜମାକାରୀଙ୍କ ଟଙ୍କା ଫେରସ୍ତ କ୍ଷେତ୍ରରେ ହସ୍ତକ୍ଷେପ କରିବାକୁ ଦାବି ହେଉଛି।
Report by- Binayak Gosh