କଟକ, ୨୫/୦୪ (ସନ୍ଧାନ ନିଉଜ) ଖରୋନାଭଳି ମହାବିପତ୍ତିରେ ଦୋକାନବଜାର ବନ୍ଦଯୋଗୁଁ ଅସହାୟ, ନିରାଶ୍ରୟ ଓ ରେସନକାର୍ଡ଼ରୁ ବଞ୍ଚିତ ଲୋକଙ୍କୁ କଟକ ମହାନଗର ନିଗମ ତରଫରୁ ବିଧାୟକ ପାଣ୍ଠିରୁ ଶୁଖିଲାଖାଦ୍ୟ ପ୍ରଦାନ କରାଯାଉଛି । କଟକ ମହାନଗର ନିଗମ ୫୨ନଂ ଓ୍ଵାର୍ଡ଼ରେ ପ୍ରକୃତ ହିତାଧିକାରୀଙ୍କୁ ବାଦକରି ରେସନକାର୍ଡ଼ ଓ ଆର୍ଥିକ ସ୍ଵଛଳଥିବା ବ୍ୟକ୍ତିଙ୍କ ନାମଥିବା ଏକ ଚିଠା ପ୍ରସ୍ତୁତ କରି ଆଜି ଲକଡାଉନର ୩୪ଦିନରେ କଟକ ୫୨ନଂ ଓ୍ଵାର୍ଡ଼ରେ ଶୁଖିଲା ଖାଦ୍ୟ ବଣ୍ଟନ କରିବାପାଇଁ କଟକମହାନଗର ନିଗମ କର୍ମଚାରୀ, ଏନଫୋର୍ସମେଣ୍ଟ ସ୍କ୍ଵାଡ଼ ,ସ୍ଵଛସାଥୀ,SSGମହିଳା ଗୋଷ୍ଠୀଙ୍କ ସହାୟତାରେ ବଣ୍ଟନ କରିବାପାଇଁ ଆସିଥିଲେ ।
ରିଲିଫ ସାମଗ୍ରୀ ନେବାପାଇଁ ଶହଶହ ହିତାଧିକାରୀ ଲମ୍ବାଲାଇନରେ ଠିଆହୋଇଥିଲେ ମାତ୍ର ପୁର୍ବତନ କର୍ପୋରେଟର, ରାଜନୈତିକ ଦଳର କର୍ମୀଙ୍କ ହସ୍ତକ୍ଷେପ ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କ ନାମ ନଥାଇ ଅଯୋଗ୍ୟ ହିତାଧିକାରୀଙ୍କ ନାମ ଡାକି ସାମଗ୍ରୀ ପ୍ରଦାନ ବେଳେ ଅସନ୍ତୋଷ ଦେଖାଯାଇଥିଲା । ଯାହାଦ୍ୱାରା ସାମାଜିକ ଦୂରତାକୁ ଅବମାନନା କରି ଦଳୀୟକର୍ମୀଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା । ଏଥିପାଇଁ କଟକ ମହାନଗର ନିଗମର କର୍ମଚାରୀ ବାଧ୍ୟହୋଇ ଅଳ୍ପ ଲୋକଙ୍କୁ ଦେଇ ରିଲିଫ ସାମଗ୍ରୀ ଫେରସ୍ତ ନେଇ ଯାଇଥିଲେ । ଏହି ବଣ୍ଟନର ଦୁର୍ନୀତି ଜଣାପଡିବ ବୋଲି SSG ମହିଳା ମଧ୍ୟ କହିଥିଲେ ଯାଇ କଟକ ମହାନଗର ନିଗମ କାର୍ଯ୍ୟାଳୟକୁ ଯାଇ ଆଣିବେ।