ଭୁବନେଶ୍ୱର ୨୫/୦୪ (ସନ୍ଧାନ ନିଉଜ) ଶ୍ରୀମନ୍ଦିର ଭିତରେ ହେବ ଅକ୍ଷୟ ତୃତୀୟା ବିଧି । ଲକଡାଉନ ସମୟରେ ସରକାରଙ୍କ ନିୟମ ପାଳନ କରି ମନ୍ଦିର ବାହାରେ କୌଣସି ଯାତ୍ରା ହୋଇ ପାରିବ ନାହିଁ । ତେଣୁ ସରକାରଙ୍କ ନିୟନମ ପାଳନ କରି କେମିତି ମହାପ୍ରଭୁଙ୍କ ଦେବନୀତି ହୋଇ ପାରିବ ସେନେଇ ଶଙ୍କରାଚାର୍ଯ୍ୟଙ୍କ ନିର୍ଦ୍ଦେଶକୁ ଗଣମାଧ୍ୟମ ଆଗରେ କହିଛନ୍ତି ଗଜପତି ମହାରାଜ । ଶଙ୍କରାଚାର୍ଯ୍ୟଙ୍କ ନିର୍ଦ୍ଦେଶ ଅନୁସାରେ ଶ୍ରୀମନ୍ଦିରର ବିଧି ପାଳନ ହେଉ, ସରକାରଙ୍କ ନିୟମ ବି ପାଳନ ହେଉ । ତେଣୁ ଶ୍ରୀମନ୍ଦିର ବାହାରେ ନୁହେଁ ବରଂ ମନ୍ଦିର ଭିତରେ ହେବ ଅକ୍ଷୟ ତୃତୀୟା ବିଧି । ବିଧି ପାଳନ ପରେ ଶ୍ରୀମନ୍ଦିର ଭିତରେ ହେବ ରଥ ନିର୍ମାଣ କାର୍ଯ୍ୟ ।
ଶ୍ରୀମନ୍ଦିର ଭିତରେ ହେବ ଅକ୍ଷୟ ତୃତୀୟା ବିଧି
|
April 25, 2020 |
