ଭୁବନେଶ୍ୱର, ୨୦/୦୪/୨୦ (ସନ୍ଧାନ ନିଉଜ) : ମୁକାବିଲା ବେଳେ ପ୍ରତିଟି ଜୀବନ ମୂଲ୍ୟବାନ । ଅସାଧାରଣ ପରିସ୍ଥିତିରେ ପ୍ରତିଟି ଜୀବନ ମୂଲ୍ୟବାନ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ ବାହାରେ ଥାଆନ୍ତୁ ବା ଓଡିଶା ଭିତରେ । ପ୍ରତିଟି ଓଡିଆଙ୍କ ଜୀବନ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ନବୀନ କହିଛନ୍ତି । ତେବେ ଲକଡାଉନ ପାଇଁ ରାଜ୍ୟ ବାହାରେ ଫସିଥିବା ଶ୍ରମିକ, ତୀର୍ଥଯାତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ କଷ୍ଟ ମତେ ଦୁଃଖ ଦେଇଛି । ଆମର ଏବଂ ସେଠାକାର ସରକାରଙ୍କର ସବୁ ଉଦ୍ୟମ ସତ୍ୱେ ସେମାନଙ୍କ ଜୀବନ ଏବେବି ସ୍ୱାଭାବିକ ହୋଇନି । ତେଣୁ ବାହାରେ ଫସିଥିବା ପ୍ରତିଟି ଓଡିଆଙ୍କ ପାଇଁ ଆମେ ବ୍ୟବସ୍ଥା କରୁଥିବା ନବୀନ କହିଛନ୍ତି ।
ମହାମାରୀ ମୁକାବିଲାରେ ଓଡିଶାବାସୀଙ୍କ ତ୍ୟାଗକୁ ସମ୍ମାନ ଦେଲେ ମୁଖ୍ୟମନ୍ତ୍ରୀ
|
April 20, 2020 |