ଟଙ୍କା ଆଉ ଆସିବନି ନେଇ ଗୁଜବ; ସରକାରୀ ସହାୟତା ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ସାମ୍ନାରେ ଭିଡ଼
ଟଙ୍କା ଆଉ ଆସିବନି ନେଇ ଗୁଜବ; ସରକାରୀ ସହାୟତା ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ସାମ୍ନାରେ ଭିଡ଼
Manas Kumar Rout |
April 19, 2020 |
ଭୁବନେଶ୍ୱର ୧୯/୦୪ (ସନ୍ଧାନ ନିଉଜ) ସରକାରଙ୍କ ସହାୟତା ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ଆଗରେ ଏବେ ଦେଖିବାକୁ ମିଳୁଛି ଲୋକଙ୍କ ଲମ୍ବା ଲାଇନ । ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକେ ବଡ଼ି ଭୋରରୁ ଆସି ବ୍ୟାଙ୍କ ସମୁଖରେ ଲାଇନ ଳଗାଉଛନ୍ତି । କେଉଁଠି ସାମାଜିକ ଦୂରତା ମାନୁଛନ୍ତିି ତ କେଉଁଠି ଲୋକ ମାନୁନାହାନ୍ତି କଟକଣା । ସେପଟେ ଗଂଜାମ ଜିଲ୍ଲାରେ ସରକାରୀ ସହାୟତାର ବାଟମାରଣା ହେଉଥିବା ଅଭିଯୋଗ କରିଛନ୍ତି କିଛି ହିତାଧିକାରୀ ।ସରକାରୀ ସହାୟତା ଟଙ୍କା ଉଠାଣ ପାଇଁ ଲୋକଙ୍କ ଅପେକ୍ଷା । ବ୍ୟାଙ୍କ ଖୋଲିବ ଦିନ ୧୦ଟାରେ ହେଲେ ଭୋର ୫ଟାରୁ ଜଗି ରହିଛନ୍ତି ଲୋକେ । ବ୍ୟାଙ୍କ ସାମ୍ନାରେ ସାମାଜିକ ଦୂରତା ରକ୍ଷା ପାଇଁ ହୋଇଥିବା ଗୋଲେଇରେ ଲୋକେ ବସି ରହିଛନ୍ତି ।
Related Posts
About The Author