ସୁନ୍ଦରଗଡ଼, ୧୬/୦୪/୨୦ (ସନ୍ଧାନ ନିଉଜ) : ବୁଧବାର ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଏକମାତ୍ର ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ତାଙ୍କୁ ଖୁବଶୀଘ୍ର ଡିସ୍ଚାର୍ଜ କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ଏତଦ୍ବ୍ୟତୀତ ବୁଧବାର କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନଥିବା କୁହାଯାଇଛି। ଥିସହିତ କରୋନା ମହାମାରୀରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୯ରେ ପହଞ୍ଚିଯାଇଛି। ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟରରେ ଦେଇଥିବା ସୂଚନା ଅନୁଯାୟୀ, ଆଜି ୧୧୯୭ ପରୀକ୍ଷା କରାଯାଇଥିଲା। କିନ୍ତୁ ସମନ୍ତ ନମୁନା ନେଗେଟିଭ୍ ଆସିଥିଲା। ଓଡ଼ିଶାରେ ଆଜିଯାଏ ଗୋଟିଏ ଦିନରେ ଏହା ସର୍ବାଧିକ ନମୁନା ପରୀକ୍ଷା। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି
ସୁସ୍ଥ ହେଲେ ସୁନ୍ଦରଗଡ଼ର ଆକ୍ରାନ୍ତ
|
April 16, 2020 |


