ସଡକ ଦୁର୍ଘଟଣାରେ 3 ମୃତ, 2 ଗୁରୁତର

Spread the love
ରାଉରକେଲା, ୧୬/୦୪ (ସନ୍ଧାନ ନିୟୁଜ): ସୁନ୍ଦରଗଡ ଜିଲ୍ଲାର ବଣାଇ ଅଞ୍ଚଳରେ ପୃଥକ୍ ପୃଥକ୍ ସ୍ଥାନରେ ଦୁର୍ଘଟଣା ଘଟି 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରଙ୍କୁ ରାଉରକେଲାକୁ ସ୍ଥାନାନ୍ତରିତ କରାଯାଇଛି ।  ଗୁରୁଣ୍ଡିଆ ଥାନାର କୁଣ୍ଡେଇ ଡିହା ଅଞ୍ଚଳରେ ଏକ ମୋଟର ସାଇକେଲରେ ତେଲ ନେବାକୁ ଆସିଥିବା ବେଳେ ରାସ୍ତା କଡରେ ଏକ ପିଲରରେ ବାଇକ ପିଟି ହେବାରୁ ଘଟଣାସ୍ଥଳେ କାର୍ତିକ ଓଢାଙ୍କର ମୃତ ହୋଇଛି । ସେପଟେ ଗୋବିନ୍ଦ ନାୟକ, ପୁନେଇ ଓରାମ୍ ଗୁରୁତର ଭାବେ ଆହତ ହୋଇ ରାଉରକେଲାକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି ।ସେହିପରି ଟିକାୟତ୍ ପାଲି ଥାନାର ନାଗାଡ଼ିହି ଅଞ୍ଚଳରେ ଏକ ବାଇକ ପିଲାରରେ ପିଟି ହୋଇ ଘଟଣାସ୍ଥଳେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସେମାନେ ହେଲେ ଶୁରୁ କିଷାନ ଏବଂ ପୁନିଆ କିଷାନ । ତେବେ ଉକ୍ତ ଘଟଣା ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ତଦନ୍ତ କରୁଛି ।

Related Posts

About The Author

Add Comment