ଜୟପୁର, ୮/୭ (ସନ୍ଧାନ ନୁ୍ୟଜ): ରାଜସ୍ଥାନର ଆଜମେର୍ ଜିଲ୍ଲାରେ ରବିବାର ସକାଳେ ବସ ଏବଂ ଟ୍ରକ-ଡମ୍ପର ମଧ୍ୟରେ ବଡ଼ ଧରଣର ଧକ୍କା ହେବା ଫଳରେ ୧୨ଜଣଲୋକଙ୍କର ମୃତ୍ୟୁ ହୋଇଯାଇଛି ଏବଂ ୨୧ଜଣ ଅନ୍ୟ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଅଛି। ମୃତକଙ୍କର ସଂଖ୍ୟା ବଢ଼ିବାର ଆଶଂକା କାରଯାଉଅଛି। ଶିକ୍ଷା ରାଜ୍ୟ ମନ୍ତ୍ରୀ ବାସୁଦେବ ଦେବନାନୀ ଏବଂ ଜିଲା କଲେକ୍ଟର ଏବଂ ପୁଲିସ ଅଧୀକ୍ଷକ ମଧ୍ୟ ହସ୍ପିଟାଲରେ ପହଁଞ୍ଚିଛନ୍ତି। ଦୁର୍ଘଟଣା ପରେ ଡମ୍ପର ଚାଳକ ସେଠାରୁ ଫେରାର ହୋଇଯାଇଛି।
ପ୍ରାରମ୍ଭିକ ସୂଚନା ମୁତାବକ, ଦୁର୍ଘଟଣା ମାଙ୍ଗଲିୟାବାସ ଥାନା ଅନ୍ତର୍ଗତ ତବୀଜୀର ନିକଟରେ ସକାଳେ ପ୍ରାୟତଃ ସାଢ଼େ ଦଶଟା ବେଳେ ହୋଇଥିଲା। ସେଠାରେ ପାଲୀ ଡିପୋର ସରକାରୀ ରୋଡୱେଜ ବସର ଏକ ଡମ୍ପର ମଧ୍ୟରେ ଜବରଦସ୍ତ ଧକ୍କା ହୋଇଥିଲା। ଭୟଙ୍କର ଧକ୍କାରେ ୧୦ ଯାତ୍ରିଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଦୁଇଟି ଡର୍ଜନରୁ ଅଧିକ ଲୋକ ଗମ୍ଭୀର ରୂପରେ ଆହତ ହୋଇଛନ୍ତି।
ସୂଚନା ମିଳିବାକ୍ଷଣିତେ ମୌକାରେ ପୁଲିସ ଗ୍ରାମ ସୋକମାନଙ୍କର ସହାୟତାରେ ଆହତମାନଙ୍କୁ ତତ୍କାଳ ଆଜମେର୍ ର ଜବାହରଲାଲ ନେହରୂ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଦୁର୍ଘଟଣାଙ୍କର ସୂଚନା ପରେ ଶିକ୍ଷା ରାଜ୍ୟ ମନ୍ତ୍ରୀ ବାସୁଦେବ ଦେବନାନୀ, ଜିଲା କଲେକ୍ଟର ଆରତୀ ଡୋଗରା ଏବଂ ପୁଲିସ ଅଧୀକ୍ଷକ ରାଜେନ୍ଦ୍ର ସିଂହ ମଧ୍ୟ ହସ୍ପିଟାଲରେ ପହଁଞ୍ଚିଥିଲେ ଏବଂ ଆହତମାନଙ୍କ ବିଷୟରେ ପଚାରି ବୁଝିଥିଲେ। ଦୁର୍ଘଟଣାରେ ଶିକାର ହୋଇଥିବା ବସ ପାଲୀରୁ ଜୟପୁର ଯାଉଥିଲା। ଏହି ସମୟରେ ଏହି ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହେଲା।






