ଗୋଷ୍ଠୀ ସଂଘର୍ଷକୁ କେନ୍ଦ୍ର କରି ଗୁଳି ମାଡ

Spread the love

ରାଉରକେଲା, ୧୧/୦୪ (ସନ୍ଧାନ ନିୟୁଜ): ଗୋଷ୍ଠୀ ସଂଘର୍ଷରେ ଫୁଟିଲା ଗୁଳି, 1 ଆହତ । ରାଜଗାଙ୍ଗପୁରରେ ପୁରୁଣା ବିବାଦକୁ କେନ୍ଦ୍ର କରି ଶୁକ୍ରବାର ଦିନ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଗୁଳିମାଡ ହୋଇଛି । ଗୁଳି ବାଜିଥିବା ଯୁବକ ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଛନ୍ତି । ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଏକ ନମ୍ବର ୱାର୍ଡର କୁମ୍ଭାର ପଡାରେ ଦିନ ପ୍ରାୟ ବାରଟା ବେଳେ କୌଣସି କାରଣରୁ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ଏହା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା । ଗୋଟିଏ ଗୋଷ୍ଠୀର ଜଣେ ଯୁବକ ହଠାତ ଉତକ୍ଷିପ୍ତ ହୋଇ ଅପରପକ୍ଷର ଜଣେ ଯୁବଳଙ୍କ ଉପରକୁ ନିଜ ପାଖରେ ରଖିଥିବା ବନ୍ଧୁକରୁ ଗୁଳି ଚଳାଇ ଥିଲେ । ଗୁଳି ମାଡରେ ଅର୍ଜୁନ ବଡାଇକ ନାମକ ଜଣେ ଯୁବକ ଆହତ ହୋଇଥିଲେ । ଗୁଳିଟି ଯୁବକଙ୍କ ବାମ ହାତକୁ ଛୁଇଁ ଚାଲି ଯିବାରୁ ଯୁବକ ଅଳ୍ପକେ ବର୍ତ୍ତି ଯାଇଥିଲେ ।

Related Posts

About The Author

Add Comment