ରାଉରକେଲା, ୩୦ /୦୩ (ସନ୍ଧାନ ନିୟୁଜ): ରାଉରକେଲାରେ ବଜାର ଦର ନିୟନ୍ତ୍ରଣ ରହିଛି । ପ୍ରଶାସନ ହସ୍ତକ୍ଷେପ କରିବା ପରେ ପରିସ୍ଥିତି ସାମାନ୍ୟ ହୋଇଛି । ମାଲଗାଡି ବିଭିନ୍ନ ଜାଗାରେ ଫସି ରହିଥିବାରୁ ରାଉରକେଲା ବଜାରର ଅତ୍ୟାବଶ୍ୟକ ଖାଦ୍ୟ ପଦାର୍ଥ ଆଗକୁ ବନ୍ଦ ହୋଇପାରେ ବୋଲି କହିଛନ୍ତି ଆରସିସିଆଇ (ରାଉରକେଲା ଚ୍ୟାମ୍ବର ଅଫ କମର୍ଶ ଏଣ୍ଡ ଇଣ୍ଡଷ୍ଟ୍ରିସ) ସଭାପତି ପ୍ରବୀଣ ଗର୍ଗ । ଇଟିଭି ଭାରତକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ମାଲବାହୀ ଟ୍ରକ ଚଳାଚଳ ପାଇଁ ସେ ମୁଖ୍ୟମନ୍ତ୍ରୀ, ପରିବହନ ମନ୍ତ୍ରୀକୁ ଏହି ସମ୍ପର୍କ ରେ ଚିଠି ଲେଖିଛନ୍ତି।
ରାଉକେଲାରେ ନିଅଣ୍ଟ ହୋଇପାରେ ଅତ୍ୟାବଶ୍ୟକ ସାମଗ୍ରୀ !
|
March 30, 2020 |
