ଘରକୁ ଫେରିବାକୁ ଚାଲିଲେ ଶ୍ରମିକ ଓ ଦିନ ମଜୁରିଆ

Spread the love
ଭୁବନେଶ୍ୱର, ୨୯/୦୩ (ସନ୍ଧାନ ନିୟୁଜ) ଦେଶବ୍ୟାପି ଚାଲିଛି ୨୧ ଦିନିଆ ଲକଡାଉନ । ଏହାରି ଭିତରେ ଗାଁକୁ ଫେରିଯିବା ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ଦେଶର ବିଭିନ୍ନ ରାଜ୍ୟରେ ଥିବା ପ୍ରବାସୀ ଶ୍ରମିକ, ଦିନମଜୁରିଆ ଓ ରିକ୍ସା ଚାଳକ । ପିଲାଛୁଆ ଧରି ଯେମିତି ହେଉ ଗାଁକୁ ଫେରି ଯିବାକୁ ବାହାରିଛନ୍ତି ହଜାର ହଜାର ଶ୍ରମିକ । ବିଶେଷକରି ଦିଲ୍ଲୀ ଉତରପ୍ରଦେଶ ସୀମାରେ ଏହା ଅଧିକ ମାତ୍ରାରେ ଦେଖିବାକୁ ମିଳିଛି । ଉତରପ୍ରଦେଶ ସରକାର ବସ୍ ଯୋଗେ ଯିବା ପାଇଁ ବ୍ୟବସ୍ଥା କରିବା ପରେ ଲୋକାରଣ୍ୟ ହୋଇପଡିଛି ଆନନ୍ଦବିହାର ଅଂଚଳ । ପଡୋଶୀ ରାଜ୍ୟରେ ଫସିଥିବା ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ୧ ହଜାର ବସର ବ୍ୟବସ୍ଥା କରିଛନ୍ତି ୟୁପି ସରକାର । ବସ ପହଂଚିବା ପରେ ହଜାର ହଜାର ଲୋକ ବସରେ ଯିବା ପାଇଁ ପହଁଚିଥିଲେ । ଘରକୁ ଯିବାକୁ ଲୋକଙ୍କ ବ୍ୟାକୁଳତା ଦେଖିଲେ ଲାଗୁଥିଲା-ଯାହା ହବ ଦେଖାଯିବ, ଆଗ ଘରେ ପହଂଚିବା ଦରକାର । ଲକ ଡାଉନ ସମୟରେ ଲୋକଙ୍କର କୌଣସି ଅସୁବିଧା ହେବ ନାହିଁ ବୋଲି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବାରମ୍ବାର ପ୍ରତିଶ୍ରୁତି ସତ୍ୱେ ଏମାନେ ଘରକୁ ଫେରିଯିବାକୁ ବାହାରିଛନ୍ତି । କାରଣ, କାମ ବନ୍ଦ ହୋଇଯିବା କାରଣରୁ ସ୍ଥିତି ବିପନ୍ନ ହୋଇଗଲାଣି । କାହା ପାଖରେ ଖାଇବାକୁ ନାହିଁ ତ ଆଉ କାହା ପାଖରେ ରହିବାକୁ ଜାଗା ନାହିଁ । ଦିନ ଯେତିକି ବଢୁଛି ସେତିକି ଅସହାୟ ମନେ କରୁଛନ୍ତି ଏମାନେ ।

Related Posts

About The Author

Add Comment