ଲକଡାଉନକୁ ଗମ୍ଭୀରତାର ସହ ପାଳନ କରନ୍ତୁ

Spread the love

ନୂଆଦିଲ୍ଲୀ ,  ୨୩/୦୩ (ସନ୍ଧାନ ନିୟୁଜ): ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। କୋରୋନା ସଂକ୍ରମିତଙ୍କ ସଂଖ୍ୟା 415 ଛୁଇଁଲାଣି। ଏଭଳି ସଙ୍କଟପୂର୍ଣ୍ଣ ସ୍ଥିତିରେ କୋରୋନା ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ ପାଳନ କରାଯାଉଛି। ଏହାକୁ ଆହୁରି ଗମ୍ଭୀରତାର ସହ ପାଳନ କରିବାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲୋକମାନଙ୍କୁ ଅପିଲ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଆଜି ସକାଳେ ଟ୍ଵିଟ୍ କରି ଲେଖିଥିଲେ ଯେ, କୋରୋନା ଭୂତାଣୁ ଠାରୁ ନିଜକୁ ଏବଂ ନିଜ ପରିବାରକୁ ଦୂରରେ ରଖନ୍ତୁ। ଲକଡାଉନ ସମୟରେ ସରକାରଙ୍କ ସମସ୍ତ ନିର୍ଦ୍ଦେଶକୁ ଗମ୍ଭୀରତାର ସହ ପାଳନ କରନ୍ତୁ। ଏହା ସହ ଅନ୍ୟ ରାଜ୍ୟ ସରକାରଙ୍କୁ ମଧ୍ୟ ଅପିଲ କରିଥିଲେ ଯେ, ରାଜ୍ୟ ଗୁଡ଼ିକରେ ଆଇନଶୃଙ୍ଖଳା ବଜାୟ ରଖନ୍ତୁ। ଏହାପରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକଡଉନକୁ ଗମ୍ଭୀରତାର ସହ ପାଳନ କରିବାକୁ ଜନତାଙ୍କୁ ଅପିଲ କରି କହିଛନ୍ତି ଯେ, ସମସ୍ତେ ଘର ଭିତରେ ରୁହନ୍ତୁ। ନିଜକୁ ଏବଂ ନିଜ ପରିବାରକୁ ବଞ୍ଚାନ୍ତୁ।

ଯୋଗୀ ଟ୍ଵିଟ୍ କରିଥିଲେ ଯେ, ଆପଣ ସମସ୍ତଙ୍କୁ ପୁନଃ ନିବେଦନ କରୁଛି ଯେ, ନିର୍ଦ୍ଦେଶ, ନିୟମ ଏବଂ କାନୁନକୁ ପାଳନ କରନ୍ତୁ। ଏହି ମହାମାରୀ ବିରୋଧରେ ଆରମ୍ଭ ହୋଇଥିବା ଲଢେଇରେ ସରକାରଙ୍କ ସାଥ ଦିଅନ୍ତୁ। ସତର୍କ ରୁହନ୍ତୁ, ଜାଗ୍ରତ ରୁହନ୍ତୁ।  ଲକ୍ଷ୍ନୌ ସମେତ 16ଟି ଜିଲ୍ଲାରେ ତିନି ଦିନ ପାଇଁ ଲକଡାଉନ ଘୋଷଣା କରାଯାଇଛି। ଆଗ୍ରା, ଲକ୍ଷ୍ନୌ, ନୋଏଡା, ଗାଜିଆବାଦ, ବାରଣାସୀ, ମୁରାଦାବାଦ, ଲକ୍ଷ୍ମୀପୁର ଖିରି, ବରେଲି, ଆଜମଗଢ, କାନପୁର, ମେରଠ, ପ୍ରୟାଗରାଜ, ଅଲୀଗଢ, ଗୋରଖପୁର, ପିଲିଭୀତ ଓ ସହାରନପୁର ଲକଡାଉନ ଘୋଷଣା କରାଯାଇଛି।

Related Posts

About The Author

Add Comment