କେନ୍ଦୁଝର, ୧୭/୦୩ (ସନ୍ଧାନ ନିୟୁଜ/ମାନସ ରାଉତ): ପୁଣି ଲଜ୍ଜା । ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଛେଚା ଖାଇଲେ ଯୁବକ । କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
କେହି ନଥିବାର ସୁଯୋଗ ନେଇ 12 ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ ବଡ଼ବିଲ ଥାନା ଚଟେଇ ହାଟ୍ଟିଁର ସୁବାସ ନାମକ । ଝିଅଟି ଚିତ୍କାର କରିବାରୁ ପାଟି ଶୁଣି ତାଙ୍କ ପରିବାର ଲୋକ ଚାଲିଆସିଥିଲେ ।
ପରେ ବସ୍ତି ବାସିନ୍ଦା ଏକାଠି ହୋଇ ଯୁବକଙ୍କୁ କାବୁ କରି ନିର୍ଧୁମ ମାଡ଼ ମାରି ଏକ ଘରେ ବନ୍ଦ କରି ରଖିଥିଲେ । ବଲାଣି ଥାନାକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକଙ୍କୁ ଗିରଫ କରିଛି