ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ

Spread the love
ଭୁବନେଶ୍ୱର, ୧୬/୦୩ (ସନ୍ଧାନ ନିୟୁଜ) ଓଡିଶାରୋ କରୋନା ରୋଗୀ । ଓଡିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଇଟାଲୀରୁ ଫେରିଥିବା ଜଣେ ଯୁବକଙ୍କ ଦେହରେ ମିଳିଛି କରୋନା ଭୁତାଣୁ ।  କ୍ୟାପିଟାଲ ହସପିଟାଲରେ ଯୁବକଙ୍କ  ଚିକିତ୍ସା ଚାଲିଛ । ତେବେ ସରକାରୀ ସ୍ତରରେ ଏ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । କିଛିଦିନ ପୂର୍ବରୁ ଇଟାଲିରୁ ଫେରିଥିଲେ ଯୁବକ । ସଂପୃକ୍ତ ଯୁବକ ଦିଲ୍ଲୀରୁ ଟ୍ରେନ ଯୋଗେ ଭୁବନେଶ୍ୱର ଆସିଥିଲେ । ଭୁବନେଶ୍ୱର ଫେରିବା ପରେ ଅସୁସ୍ଥ ଅନୁଭବ କରିବାରୁ କ୍ୟାପିଟାଲ ହସପିଟାଲ ଆସିିଥିଲେ । ଏବେ ଯୁବକଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକଙ୍କ ବିସ୍ତୁତ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

Related Posts

About The Author

Add Comment