୧୫୩ ତମ ରାଧାକାନ୍ତ ମେଳଣ ଉତ୍ସବ ଅନୁଷ୍ଟିତ ହେବ

Spread the love

ଯାଜପୁର, ୧୧/୩/୨୦ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବନ୍ଧଡିହ ପଞ୍ଚାୟତର ବହୁ ପୁରାତନ ତଥା ୧୫୩ ତମ ରାଧାକାନ୍ତ ମେଳଣ ବନ୍ଧଡିହ ହାଟ ପରିଶରରେ ଅନୁଷ୍ଟିତ ହେବାକୁ ଯାଉଚି । ଏହି ଅବସରରେ ଶ୍ରୀ ଶ୍ରୀ ରାଧାକାନ୍ତ ଥାନପତି ବହୁ ଆଡ଼ମ୍ବରରେ ରୋଷଣୀ ମଧ୍ୟରେ ମେଳଣ ପଡ଼ିଆକୁ ବିଜେ କରିବେ । ଥାନପତି ରାଧାକାନ୍ତ ମେଳଣ ପଡ଼ିଆରେ ପହଁଞ୍ଚôବା ପରେ ଅନ୍ୟ ବିଭାନ ଗୁଡ଼ିକ ବିରାଟ ପଟୁଆରରେ ବାହାରି ବନ୍ଧଡିହ ହାଟ ନହନଙ୍ଗରା ନିକଟରୁ ରୋଷଣି କରି ବିରାଟ ଶୋଭାଯାତ୍ରାରେ ବାହାରି ମେଳଣ ପଡ଼ିଆକୁ ଚାରମାଳ ଉପରେ ବିଜେ କରିବା ସହିତ ବନ୍ଧଡିହ ହାଇସ୍କୁଲ ପଡ଼ିଆ ପରିଶରରେ ବିଭାନ ଗୁଡ଼ିକ ପହଁଞ୍ଚôବା ପରେ ଶ୍ରୀ ଜୀଉ ମାନଙ୍କୁ ବରଣୀ କରାଯିବା ସହିତ ଚାରମାଳ ଉପରେ ସ୍ଥାପନ କରାଯାାଇ ଏହି ପୁରାତନ ୧୫୩ ବର୍ଷ ଅବସରେ ଏହି ଦୋଳ ମେଳଣ ଆସନ୍ତା ଶନିବାର ରାତ୍ରରେ ବିଭାନ ଗୁଡ଼ିକ ଜୀଉ ମାନେ ଫଗୁ ଖେଳିବା ସହିତ ରୋଷଣି କରାଯାଇ ମେଳଣ କମିଟି ପକ୍ଷରୁ ରବିବାର ଦିନ କମିଟି ପକ୍ଷରୁ ବିଭାନ ଗୁଡ଼ିକ ବିଦାକରାଯିବା ମିନାବଜାର, ଦୋଳି, ସର୍କସ, ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଶଣ କରାଯିବା । କିର୍ତ୍ତନ ତାଳେ ତାଳେ ବିଭାନ ଗୁଡ଼ିକ ରୋଷଣି ପଡ଼ିଆରୁ ବାହାରି ହାଇସ୍କୁଲ ପଡ଼ିଆ ପରିଶରରେ ଜୀଉ ମାନେ ପହଁଞ୍ଚôବେ । କମିଟି ପକ୍ଷରୁ ସରସ ସୁନ୍ଦର ଦୋଳ ମେଳଣ କରାଯିବା ଲାଗି ପ୍ରସ୍ଥୁତି କାର୍ଯ୍ୟ କରାଯାଉଚି । ପାନୀୟ ଜଳ, ଆଲୋକ, ସ୍ୱଚ୍ଛପରିମଳ ଉପରେ କମିଟିର ନଜର ରଖିଚି । ରାଧାକାନ୍ତ ୧୫୩ ତମ ମେଳଣ ଆସନ୍ତା ଶିନିବାର ଦିନ ହେବ ବୋଲି କମିଟି ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଚି । ବ୍ରହ୍ମବରଦା ଫାଣ୍ଡି ପୋଲିସ୍ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯିବା ସହିତ ରାଧାକାନ୍ତ ମେଳଣ ଅନୁଷ୍ଟିତ ହେଉଚି ।

Related Posts

About The Author

Add Comment