ସଂକ୍ରମିତଙ୍କ ସଂଖ୍ୟା ବର୍ତମାନ ସୁଦ୍ଧା ୩୦

Spread the love

ନୂଆ ଦିଲ୍ଲୀ, ୫/୩/୨୦ (ସନ୍ଧାନ ନିଉଜ) : ଦେଶରେ ମୋଟ କୋରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବର୍ତମାନ ସୁଦ୍ଧା ୩୦ରେ ପହଁଚିଛି। ଏମାନଙ୍କ ମଧ୍ୟରେ କେରଳର ୩ଜଣ ସଂକ୍ରମିତ ରହିଛନ୍ତି ଯେଉଁମାନେ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାବ୍ୟତୀତ ଦିଲ୍ଲୀ ଏବଂ ଏନସିଆରର ତିନି ଜଣ ସଂକ୍ରମିତ ଅଛନ୍ତି, ଏମାନଙ୍କ ମଧ୍ୟରୁ ଦୁଇ ଜଣ ଇଟାଲୀ ଓ ଜଣେ ଇରାନ ଗସ୍ତରୁ ଫେରିଛନ୍ତି। ଇଟାଲୀ ଗସ୍ତରୁ ଫେରିଥିବା ପ୍ରଥମ ଦିଲ୍ଲୀ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ୬ ଜଣ ସଂକ୍ରମିତ ଅଛନ୍ତି। ଦୁବାଇ ଗସ୍ତରୁ ଫେରିଥିବା ଏବଂ ସିଙ୍ଗାପୁର ସହ ସମ୍ପର୍କ ଥିବା ତେଲଙ୍ଗାନାରୁ ଜଣେ ଏବଂ ୧୬ ଜଣ ଇଟାଲୀୟ ପର୍ଯ୍ୟଟକ ଏବଂ ଏହି ପର୍ଯ୍ୟଟକମାନଙ୍କ ସହିତ ଥିବା ଜଣେ ଭାରତୀୟ ମଧ୍ୟ ସଂକ୍ରମିତଙ୍କ ମଧ୍ୟରେ ରହିଛନ୍ତି।

ଏହାବ୍ୟତୀତ ତେଲଙ୍ଗାନାର ଦୁଇ ସନ୍ଦିଗ୍ଧଙ୍କ ରକ୍ତନମୁନା ପୁଣେ ସ୍ଥିତ ଏନଆଇଭିରେ ପରୀକ୍ଷଣ ହେବା ପରେ ନେଗେଟିଭ ଆସିଛି। ୧୪ ଇଟାଲୀୟ ପର୍ଯ୍ୟଟକଙ୍କ ସମେତ ସମସ୍ତ ଭାରତୀୟ ସଂକ୍ରମିତଙ୍କ ଅବସ୍ଥା ସ୍ଥିର ରହିଛି ତଥା ସେମାନଙ୍କୁ ନିରୀକ୍ଷଣ କରାଯାଉଛି।

ବର୍ତମାନ ସୁଦ୍ଧା ସମସ୍ତ ବିମାନ ବନ୍ଦରରେ ୬୫୫୦ଟି ବିମାନରେ ଆସିଥିବା ୬, ୪୯, ୪୫୨ ଜଣ ଯାତ୍ରୀଙ୍କର ଯାଂଚ କରାଯାଇଛି। ଏହା ବ୍ୟତୀତ ୨୯, ୬୦୭ ଜଣ ବ୍ୟକ୍ତିଙ୍କୁ ଆଇଡିଏସପି ସାମୁଦାୟିକ ନିରୀକ୍ଷଣ ଏବଂ ସଂଯୋଗ ଚିହ୍ନଟ ବ୍ୟବସ୍ଥାରେ ରଖାଯାଇଛି।

Related Posts

About The Author

Add Comment