ରାଉରକଲା,୨୩/୦୨/୨୦ (ସନ୍ଧାନ ନିଉଜ) : ଜଣେ ଯୁବତୀଙ୍କୁ ବିବାହ କରିବାକୁ 10 ଲକ୍ଷ ଟଙ୍କା ଯୌତୁକ ମାଗି ଗିରଫ ହେଲେ ଯୁବକ । ସୂଚନା ଅନୁଯାୟୀ, ଗତ 2019 ମେ 7 ତାରିଖରେ ସେକ୍ଟର-7 ଥାନା ଅଞ୍ଚଳରେ ରହୁଥିବା ଜଣେ ଯୁବତୀଙ୍କୁ କୋପସିଂଗା ଗାଁର ରାଜୀବ ମହାପାତ୍ର 5 ଲକ୍ଷ ଟଙ୍କା ଯୌତୁକ ନେଇ ବିବାହ କରିଥାନ୍ତେ । କିନ୍ତୁ ହଠାତ୍ ସେ ଏପ୍ରିଲ 18ରେ କନ୍ୟାଘର ପକ୍ଷଙ୍କୁ ଆଉ 5 ଲକ୍ଷ ଟଙ୍କା ଯୌତୁକ ମାଗିଥିଲେ । ଏଥିସହ 5 ଲକ୍ଷ ଯୌତୁକ ନଦେଲେ ସେ ଯୁବତୀ ଜଣଙ୍କୁ ବିବାହ କରିବେନି ବୋଲି ଧମକ ଦେଇଥିଲେ ।ସେତେବେଳକୁ କନ୍ୟାଙ୍କ ପରିବାର ଲୋକେ ବିବାହ ପ୍ରସ୍ତୁତି ଏବଂ ଅନ୍ୟ ଖର୍ଚ୍ଚ ବାବଦକୁ 3 ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଥିଲେ । ତେଣୁ କନ୍ୟାପକ୍ଷ ଏତେ ଟଙ୍କା ଯୌତୁକ ଦେଇପାରିବେ ନାହିଁ ବୋଲି ଯୁବକଙ୍କୁ ରୋକଠୋକ ମନା କରିଦେଇଥିଲା । ଯାହାକୁ ନେଇ ଯୁବକ ଜଣଙ୍କ ଯୁବତୀଙ୍କ ଫଟୋ ଭାଇରାଲ କରିଥିଲେ ।
10 ଲକ୍ଷ ଟଙ୍କା ଯୌତୁକ ମାଗି ଗିରଫ ହେଲେ ଯୁବକ
|
February 23, 2020 |
![](https://sandhannews.com/wp-content/uploads/2020/02/image-14.png)