ହରିଦାସପୁର ପିଇଓ ସ୍ମିତାରାଣୀ ଆତ୍ମହତ୍ୟା ଘଟଣା; ବିବାଦୀୟ ଗେଷ୍ଟ ହାଉସ ଭଙ୍ଗା ଯିବା ପାଇଁ ପ୍ରଶାସନ ପ୍ରସ୍ତୁତି

Spread the love

୧ ପ୍ଲାଟୁନ ପୋଲିସ ମୃତୟନ
ଘଟଣାସ୍ଥଳରେ ଜିଲ୍ଲାସ୍ତରର ପ୍ରଶାସନିକ ଅଧିକାରୀ
ଘରରୁ ଆସବାପତ୍ର ଖାଲି ହେଉଛି

ଯାଜପୁର, (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ଆତ୍ମହତ୍ୟା ଘଟଣାରେ ମୃତୁ୍ୟ ହୋଇଥିବା ସରପଂଚଙ୍କ ଗେଷ୍ଟହାଉସ ଭଙ୍ଗାଯିବା ପାଇଁ ପ୍ରସ୍ତୁତି ଚାଲିଛି । ଏହି କ୍ରମରେ ଗତକାଲି ଆଜି ଭଙ୍ଗାଯିବ ବୋଲି ଜିଲ୍ଲା ପ୍ରଶାସନ ନୋଟିସ ମାରିବା ପରେ ଶୁକ୍ରବାର ସକାଳୁ ୪ପ୍ଲାଟୁନ ପୋଲିସ ପଂହଚି ଘର ଚାରିପଟକୁ ସିଲ କରିଥିଲେ । ଏହି ସମୟରେ ଜିଲ୍ଲାର ଉପ ଜିଲ୍ଲାପାଳ ନାରାୟଣ ଧଳ, ଏଡିଏମ ମିହିର ପ୍ରସାଦ ମହାନ୍ତି, ତହସିଲଦାର ସରୋଜ ପଣ୍ଡା ସମେତ ବହୁ ଅଧିକାରୀ ମାନେ ଉପସ୍ଥିତ ରହି ଭଙ୍ଗା କାର୍ଯ୍ୟକୁ ତଦାରଖ କରିଥିଲେ । ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ମାନେ ପଂହଚିବା ବେଳକୁ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ । ତେବେ ପ୍ରଶାସନର ନିୟମ କାନୁନ ଆଗରେ ଗ୍ରାମବାସୀ ନିରାଶ ହେବା ପରେ ଏଥିରେ ରହିଥିବା ସମସ୍ତ ଆସବାପତ୍ରକୁ କାଢ଼ିନେବାକୁ ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ଫଳରେ ପରିବାର ଲୋକେ ସମସ୍ତ ଆସବାପତ୍ର କାଢ଼ି ନେଉଛନ୍ତି । ସମସ୍ତ ଜିନିଷପତ୍ର କାଢ଼ିବା ପରେ ଘର ଭଙ୍ଗାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Related Posts

About The Author

Add Comment